ଓଡ଼ିଶାରେ ଶିବରାଜ ସିଂ ଚୌହାନ
ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଲେ ବିଜେପି ନେତା ଶିବରାଜ ସିଂ ଚୌହାନ । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ସିଧାସଳଖ ଜଗତ୍ସିଂହପୁର ଅଭିମୁଖେ ବାହାରିଛନ୍ତି । ଅପରାହ୍ନରେ ଜଗତସିଂହପୁର ସର୍କିଟ ହାଉସରେ ପହଞ୍ଚି ଦଳୀୟ କାର୍ୟ୍ୟକ୍ରମରେ ଯୋଗଦାନ ଦେବାର କାର୍ୟ୍ୟକ୍ରମ ରହିଛି ।
ସୂଚନା ଅନୁସାରେ, ବିଜେପି ନେତା ତଥା ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦିନିକିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । ପ୍ରଥମେ ଜଗତସିଂହପୁରରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ପରେ ୪ଟା ୪୫ ମିନିଟରେ ସାରଳା ମନ୍ଦିର ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ତେବେ ଓଡିଶାରେ ପହଞ୍ଚିବା ପରେ ପ୍ରଥମେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ଶିବରାଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ସେ ସମାଲୋଚନା କରିଛନ୍ତି ।
Powered by Froala Editor