ଓଡ଼ିଆ ପ୍ରଫେସରଙ୍କ ପ୍ରବାସୀ ଭାରତୀୟ କାର୍ଡ ରେଜିଷ୍ଟ୍ରସନ୍ ରଦ୍ଦ
ନୂଆଦିଲ୍ଲୀ: ସ୍ୱିଡେନରେ ଅବସ୍ଥାପିତ ଓଡ଼ିଆ ପ୍ରଫେସର ଅଶୋକ ସ୍ୱାଇଁଙ୍କ ପ୍ରବାସୀ ଭାରତୀୟ କାର୍ଡ ରେଜିଷ୍ଟ୍ରସନ୍ ରଦ୍ଦ ହୋଇ ଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଅବଗତ କରାଯାଇଛି। ଏ ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଅଶୋକ ସ୍ୱାଇଁଙ୍କ କାର୍ୟ୍ୟକଳାପ ଦେଶର ସାର୍ବଭୌମତ୍ୱ, ଏକତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଜଣାଇ ଦିଆଯାଇଛି। ଅଶୋକ ସ୍ୱାଇଁଙ୍କ କାର୍ୟ୍ୟକଳାପ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁରକ୍ଷା ଏଜେନ୍ସି ଓ ବୈଦେଶିକ ମନ୍ତ୍ରାଳୟକୁ ରିପୋର୍ଟ ମଗାଯାଇଥିଲା। ଏଥିରେ ଅଶୋକ ସ୍ୱାଇଁ ଉତ୍ତେଜକ ଭାଷଣ ସହ ଦେଶ ବିରୋଧୀ କାର୍ୟ୍ୟକଳାପରେ ସଂପୃକ୍ତ ଥିବା ଜଣାପଡିଥିଲା। ସେ ଜାଣିଶୁଣି ଦେଶର ଛବିକୁ ଆନ୍ତର୍ଜାତିକ କ୍ଷେତ୍ରରେ ମଳିନ କରୁଥିବା ରିପୋର୍ଟ ମିଳିଥିଲା।
୨୦୨୩ ଜୁଲାଇ ୩୦ରେ ସ୍ୱିଡେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଅଶୋକ ସ୍ୱାଇଁଙ୍କ ପ୍ରବାସୀ ଭାରତୀୟ କାର୍ଡ ରଦ୍ଦ କରାଯାଇଥିଲା। ଏହାକୁ ଚ୍ୟାଲେଂଜ କରି ଅଶୋକ ସ୍ୱାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
Powered by Froala Editor