ବାଚସ୍ପତି ପଦରୁ ହଟିଲେ ଅୱଧ ବିହାରୀ ଚୌଧୁରୀ

ପାଟନା: ବିହାର ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ନାତିଶ କୁମାର । ତେବେ ଫ୍ଲୋର ଟେଷ୍ଟ ପୂର୍ବରୁ ବାଚସ୍ପତି ପଦରୁ ହଟିଲେ ଅୱଧ ବିହାରୀ ଚୌଧୁରୀ । ଏନଡିଏ ମେଣ୍ଟ ସରକାରରେ ବିଧାନସଭାରେ ବାସସ୍ପତି ଥିଲେ ଆରଜେଡି ନେତା ଅୱଧ ବିହାରୀ । ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ନୀତିଶ କୁମାରଙ୍କ ସରକାର । ଏଥିରେ ବାଚସ୍ପତିଙ୍କ ବିପକ୍ଷରେ ୧୨୫ ଭୋଟ୍ ପଡ଼ିଥିବା ବେଳେ, ସପକ୍ଷରେ ପଡ଼ିଥିଲା ୧୧୨ । ଫଳରେ ବାଚସ୍ପତି ପଦରୁ ହଟିଥିଲେ ଅୱଧ ବିହାରୀ ଚୌଧୁରୀ ।
ପ୍ରକାଶ ଯେ ଆରଜେଡି ଛାଡି ବିଜେପି ସହଯୋଗରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ ଆଜି ଆସ୍ଥା ଭୋଟର ସାମ୍ନା କରିବେ। ଆସ୍ଥା ଭୋଟରେ ବିଜୟୀ ହେଲେ ବିଦ୍ଧିବଦ୍ଧ ଭାବେ ସରକାର ଗଢିବେ ନୀତୀଶ କୁମାର।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଆସନ ଆବଶ୍ୟକ। ବିଜେପି-ଜେଡି (ୟୁ) ମେଣ୍ଟ ପାଖରେ ୧୨୮ ସଦସ୍ୟ ଥିବା ଦାବି କରାଯାଉଛି।ବିଜେପି ପାଖରେ ୭୮ଟି ଆସନ ଥିବାବେଳେ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ, ଜେଡି (ୟୁ) ପାଖରେ ୪୫ ଏବଂ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚଏଏମ) ପାଖରେ ଚାରିଟି ଆସନ ରହିଛି। ଅବଶିଷ୍ଟ ଆସନଟି ଜଣେ ସ୍ୱାଧୀନ ବିଧାୟକଙ୍କ ପାଖରେ ଅଛି।
ଅନ୍ୟପଟେ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ସହଯୋଗୀ କଂଗ୍ରେସ ୧୧୪ ଟି ଆସନ ପାଇଛନ୍ତି। ନୀତୀଶଙ୍କୁ ସରକାର ଗଢିବାକୁ ହେଲେ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।
Powered by Froala Editor