ମଲ୍ଲିକାର୍ଜୁନ ମନ୍ଦିର ପ୍ରସାଦରେ ହାଡ଼ ଖଣ୍ଡ

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ମନ୍ଦିର ଶ୍ରୀସାଇଲମ ତଥା ମଲ୍ଲିକାର୍ଜୁନ ମନ୍ଦିର ପ୍ରସାଦରୁ ହାଡ଼ ଖଣ୍ଡ ମିଳିଛି। ଶୁକ୍ରବାର ମନ୍ଦିରରେ ପରିବେଷଣ କରାଯାଉଥିବା ପୁଲିହୋରା ପ୍ରସାଦରେ ହାଡ଼ ଖଣ୍ଡ ଦେଖିବାକୁ ପାଇଥିଲେ ଜଣେ ଭକ୍ତ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ବିବାଦ ବଢିବା ପରେ ଶ୍ରୀଶୈଳମ ମନ୍ଦିର ଟ୍ରଷ୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛି।
ହାଇଦ୍ରାବାଦର ହରିଶ ରେଡ୍ଡୀ ନାମକ ଜଣେ ଶ୍ରଦ୍ଧାଳୁ ଶ୍ରୀସାଇଲମ ମନ୍ଦିର ଯାଇଥିଲେ। ଠାକମୁର ଦର୍ଶନ କରିବା ପରେ ସେ ସେଠାକାର ପ୍ରସିଦ୍ଧ ପୁଲିହୋରା ପ୍ରସାଦ ସେବନ କରିଥିଲେ। ଏହି ସମୟରେ ପ୍ରସାଦ ଭିତରୁ ହାଡ଼ ଖଣ୍ଡ ବାହାରିଥିଲା। ଏହା ପରେ ସେ ତୁରନ୍ତ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରମାଣ ସହ ଲିଖିତ ଅଭିଯୋଗ କରିଥିଲେ।
କହିରଖୁଛୁ ଯେ ଆନ୍ଧ୍ରପ୍ରଦେଶର ଶ୍ରୀଶୈଳମଠାରେ ଥିବା ମଲ୍ଲିକାର୍ଜ୍ଜୁନ ମହାଦେବ ମନ୍ଦିର ଏକ ଜ୍ୟୋତିର୍ଲିଙ୍ଗ ଭାବେ ବିଖ୍ୟାତ । ହିନ୍ଦୁମାନଙ୍କର ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏହା ଅନ୍ୟତମ । ଏହା ଉଭୟ ଶୈବ ଓ ଶାକ୍ତ ପରିମ୍ପରାର ଅନୁଗାମୀମାନଙ୍କ ପାଇଁ ଏକ ମହାନ କ୍ଷେତ୍ରଭାରେ ପରିଚିତ । ଏହି ଘଟଣା ଶ୍ରୀଶୈଳମ ମନ୍ଦିରର ରୋଷେଇ ଘରର ସ୍ୱଚ୍ଛତା ଏବଂ ପରିଚାଳନା ନିୟମକୁ ନେଇ ଚିନ୍ତା ବଢାଇଦେଇଛି ।
ମନ୍ଦିର ପ୍ରଶାସନକୁ ସେ ସମାଲୋଚନା କରିବା ସହ ପ୍ରସାଦରେ ହାଡ଼ ଖଣ୍ଡ କୁଆଡୁ ଆସିଲା ବୋଲି ହରିଶ ରେଡ୍ଡୀ ପ୍ରଶ୍ନ କରିଛନ୍ତି। ଏଥିସହ ତୁରନ୍ତ ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
Powered by Froala Editor