ଦୁଇ ପୁଅଙ୍କ ଜନ୍ମ ତାରିଖରେ ବାପା ହୋଇଗଲା କୋଟିପତି
ଦୁଇ ସନ୍ତାନଙ୍କ ଜନ୍ମ ଦିବସ ବାପାଙ୍କୁ କରାଇଦେଲା କୋଟିପତି। ଭାରତରୁ ଯାଇ ସଂଯୁକ୍ତ ଆରବ ଏମିରେଟ୍ସ୍ରେ ବସବାସ କରୁଥିବା ରାଜୀବ ଅରିକ୍କଟ୍ ସାପ୍ତହିକ ଲଟେରି ବିଗ୍-ଟିକେଟ୍ ଆବୁ ଧାବିରେ ୧୫ ନିୟୁତ ଦିରାମ୍ ବା ଭାରତୀୟ ମୁଦ୍ରାରେ ପ୍ରାୟ ୩୩ କୋଟି ଟଙ୍କା ଜିଣିଛନ୍ତି ।
ରାଜୀବ ଅରିକ୍କଟ୍ ଜଣେ ବ୍ୟକ୍ତି ୟୁଏଇର ଅଲ୍ ଲାଇନରେ କାମ କରନ୍ତି । ଏକ ସ୍ଥାପତ୍ଯ ଫାର୍ମରେ କାମ କରନ୍ତି। ସେ ଦୀର୍ଘ ୩ ବର୍ଷ ଧରି ଲଟେରୀ ଟିକେଟ କିଣିଆସୁଥିଲେ। ସବୁଥର ସେ କିନ୍ତୁ ଟଙ୍କା ହରାଇଥାନ୍ତି। ତଥାପି ସେ ଏଥିରୁ ନିବୃତ୍ତ ହୋଇ ନଥିଲେ। ପ୍ରାୟ ୨ ମାସ ତଳେ ସେ 037130 ନମ୍ବର ଥିବା ଟିକେଟ କିଣିଥିଲେ। ତେବେ ଟିକେଟର ବିଶେଷତ୍ବ ଥିଲା ଏହା ଯେ ତାଙ୍କର ଦୁଇପୁଅଙ୍କ ଜନ୍ମ ତାରିଖ ୭ ଓ ୧୩କୁ ଆଧାର କରି ସେ ଟିକେଟ କ୍ରୟ କରିଥିଲେ। ଦୁଇ ସନ୍ତାନଙ୍କର ବୟସ ଥିଲା ୫ ଓ ୮ ବର୍ଷ। ଏହି ଟିକେଟର ବିଜେତା ହୋଇଥିବାରୁ ତାଙ୍କୁ ମିଳିଛି ୧୫ ନିୟୁତ ଦିରହାମ ଯାହାର ପରିମାଣ ଭାରତୀୟ ଟଙ୍କାରେ ପ୍ରାୟ ୩୩ କୋଟି ଟଙ୍କା।
ଜିତିବା ପରେ ଅରିକ୍କିଟ୍ ଖୁବ୍ ବିସ୍ମିତ ହୋଇଯାଇଥିଲେ। ନମ୍ବର 037130 ଟିକେଟ୍ଟି କମ୍ପ୍ଲିମେଣ୍ଟାରି ଟିକେଟ୍ ଥିବାରୁ ତାଙ୍କର ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଥିଲା।
Powered by Froala Editor