ପଞ୍ଜାବ ପରେ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟକୁ ଝଟ୍କା : ଏକା ଏକା ଲଢ଼ିବ ଆପ୍
ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ଏକା ଲଢ଼ିବ ଆମ୍ ଆଦ୍ମୀ ପାର୍ଟି। ଏଭଳି କିଛି ସଂକେତ ଦେଇଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବଡ଼ ସହଯୋଗୀ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମିଳିତ ଭାବେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏହାରି ଭିତରେ ପଞ୍ଜାବର ଏକ ରାଲିରେ ଯୋଗ ଦେଇ ଏଭଳି କିଛି ବଡ଼ ବୟାନ ଦେଇଛନ୍ତି କେଜ୍ରିଓ୍ୱାଲ।
ଆମ ଆଦମୀ ପାର୍ଟି ପଞ୍ଜାବର ସମସ୍ତ ଲୋକସଭା ଆସନରେ ଏକାକୀ ନିର୍ବାଚନ ଲଢିବ ନେଇ ଘୋଷାଣା କରିଛି। ପଞ୍ଜାବରେ ଅନ୍ୟ କୌଣସି ଦଳ ସହ ନିର୍ବାଚନୀ ମେଣ୍ଟ କରିବ ନାହିଁ ଆପ୍। ପଞ୍ଜାବରେ ସମସ୍ତ ୧୩ ଆସନରେ ଲଢିବ ଆମ ଆଦମୀ ପାର୍ଟି। କଂଗ୍ରେସ ସହ କୌଣସି ମେଣ୍ଟ କରିବ ନାହିଁ ବୋଲି କହିଛି ଆମ ଆଦମୀ ପାର୍ଟି।
ପଞ୍ଜବାର ତରନ୍ତାରାରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି କେଜ୍ରିଓ୍ୱାଲ କହିଛନ୍ତି, ଉଭୟ ପଞ୍ଜାବ ଓ ଦିଲ୍ଲୀରେ ଆମ୍ ଆଦମୀ ସରକାରକୁ କାମ କରିବାରେ ବାଧା ଦିଆଯାଉଛି। ହେଲେ ଆଗାମୀ ଲୋକସଭା ନିର୍ବାଚନରେ ଦିଲ୍ଲୀବାସୀ ସମସ୍ତ ୭ ଟି ଆସନରେ ଆମକୁ ବିଜୟୀ କରାଇବେ ମନସ୍ଥ କରିଛନ୍ତି। ସମସ୍ତ ଆସନ ଆପ୍ ହାତକୁ ଆସିବା ପରେ ୧୦୦ ବଦଳରେ ୫୦୦ ସ୍ପିଡ୍ରେ କାମ ହେବ।
ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଏହି ଘୋଷଣା ପରେ କଂଗ୍ରେସ ନେତୃତ୍ଵାଧିନ ଇଣ୍ଡିଆବ୍ଲକ ମେଣ୍ଟକୁ ଶକ୍ତ ଝଟକା ଲାଗିଛି। ଇଣ୍ଡିଆ ବ୍ଲକରେ ଜଣେ ଜଣେ ହାତ ଛାଡିବା ପରେ ଭବିଷ୍ୟତରେ କ’ଣ ଘଟିବା ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।
Powered by Froala Editor