Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ

  • ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ...

  • ମୁଖ୍ୟମନ୍ତ୍ରୀ ମାନ ଓ କେନ୍ଦ୍ରମନ୍ତ୍ରୀ ...

  • ସିସିଟିଭିରେ ରଙ୍ଗ ବୋଳି ଖାଲି କରିଦେଲେ ...

  • ‘ଅପରେସନ୍ ସିନ୍ଦୂର’କୁ ବର୍ଷେ, ମୋଦିଙ୍କର ...

  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ...

  • ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, ...

  • ଥଲାପତି ବିଜୟଙ୍କ ଶପଥ ନେଇ ଆଶଙ୍କା, ୧୧୮ ...

  • ଇସ୍ତଫା ନାହିଁ, ମୋତେ ବହିଷ୍କାର କର: ମମତା

  • ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି ...

Home ›› ››ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ - ମୁଖ୍ୟମନ୍ତ୍ରୀ

ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ - ମୁଖ୍ୟମନ୍ତ୍ରୀ

2024-02-10 17:54:38
15033
Share:
Facebook
Twitter
E-Mail
WhatsApp
Telegram
ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ - ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର : ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି ।


ଆଦିବାସୀ ସଂସ୍କୃତିର ସଂରକ୍ଷଣ ତଥା ସେମାନଙ୍କ ପରିଚୟ ବଜାୟ ରଖିବା ପାଇଁ ଏସଡିସିର ସଫଳତା ଏବଂ ସେମାନଙ୍କର ଅନନ୍ୟ ହସ୍ତକ୍ଷେପକୁ ପାଳନ କରିବା ଲାଗି ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟଜିତ ଏହି କାର୍ଯ୍ୟକ୍ରମରେ ୧,୭୫୦ ହିତାଧିକାରୀଙ୍କ ସମେତ ୨୩ଟି ଏସଡିସିର ପ୍ରାୟ ୨,୦୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ l


ଏହି ମହା ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏସଡିସି ଜରିଆରେ ଓଡ଼ିଶା ଏହି ନିଆରା ପଦକ୍ଷେପ ଗ୍ରହଣ କରିବା ସହ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ, ସଙ୍ଗୀତ ଓ ପରିବେଶକୁ ସଂରକ୍ଷଣ କରିବାର ଗୌରବ ଅର୍ଜନ କରିଛି।


 ୧୩ଟି ଆଦିମ ଜନଜାତି ବା ପିଭିଟିଜି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ଆବଶ୍ୟକତାକୁ ପୂରଣ କରିବାରେ ଆମେ ଏସଡିସିମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଛୁ।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଓଡ଼ିଶାର ସାମଗ୍ରିକ ସଂସ୍କୃତିକୁ ଜନଜାତି କଳା ଓ ସଂସ୍କୃତି ସମୃଦ୍ଧ କରିଛି। ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ ବୋଲି ସେ କହିଥିଲେ।


ସେ କହିଥିଲେ ଯେ ୧୧ ହଜାରରୁ ଅଧିକ ପବିତ୍ର ପୁଜସ୍ଥଳିର ସଂରକ୍ଷଣ କରାଯାଇଛି। ଏହା ଏକ ବଡ ଉପଲବ୍ଧି। ଏହା ବ୍ୟତୀତ ବ୍ଲକ ଓ ଜିଲ୍ଲା ସ୍ତରରେ ୬୦୦ ରୁ ଅଧିକ କ୍ରୀଡା ଓ ସଂସ୍କୃତି ଉତ୍ସବର ମଧ୍ୟ ଆୟୋଜନ କରା ଯାଇଛି ବୋଲି ସେ କହିଥିଲେ।

୨୧ଟି ଦ୍ଵି ଭାଷୀକ dictionary ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଥିଲେ।


ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ବାଦ୍ୟଯନ୍ତ୍ର ପ୍ରଦର୍ଶନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଓଡ଼ିଶାରେ ଉପସ୍ଥିତ ଥିବା ୧୩ଟି ପିଭିଟିଜି ସମ୍ପ୍ରଦାୟର ଦମ୍ପତିଙ୍କ ସହ ଫଟୋ ଉଠାଇଥିଲେ।


ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଅବଦାନ ପାଇଁ କେନ୍ଦୁଝର ଦେବହୁଡ଼ିର "ହୋ ସମାଜ ସାଗନ ଅକଳାକୁ" ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।


 ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର ୭ଟି 'ଜାହିରା'କୁ ସାମୁହିକ ଜଙ୍ଗଲ ଅଧିକାରରେ ପଟ୍ଟା ପ୍ରଦାନ କରିଥିଲେ। 


ଏହାବ୍ୟତୀତ ମାଲକାନଗିରିର କୋୟା ଆଦିବାସୀ ଦଳ, କନ୍ଧମାଳର କୁଟିଆ କନ୍ଧ ଆଦିବାସୀ ଦଳର ସଦସ୍ୟମାନଙ୍କୁ ବାଦ୍ୟଯନ୍ତ୍ର ଓ ନବରଙ୍ଗପୁରର ଗଣ୍ଡ ଆଦିବାସୀ ଗୋଷ୍ଠୀକୁ ନୃତ୍ୟ ପୋଷାକ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।


ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ସଚିବ ଏବଂ ୧୧୨ଟି ଟିଏସପି ବ୍ଲକ ସମ୍ପ୍ରଦାୟର ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ଆଧାରରେ ଭାଗିଦାରୀ ଶାସନ ଉପରେ ନିଆଯାଇଥିବା ପଦକ୍ଷେପର ସଂକ୍ଷିପ୍ତ ବିବରଣୀ ମୁଖ୍ୟମନ୍ତ୍ରୀ ‘ମୋ ପରିକଳ୍ପନା’ ରିପୋର୍ଟ ଉନ୍ମୋଚନ କରିଥିଲେ।


ଏହାବ୍ୟତୀତ ରାଜ୍ୟସ୍ତରୀୟ ପ୍ରଶାସନିକ ୟୁନିଟର ଗବେଷଣା ଦଳ ଦ୍ୱାରା ପ୍ରସ୍ତୁତ କଫି ଟେବୁଲ ପୁସ୍ତକ “Sacred Groves of Tribal Odisha”, ଏସସିଏସଟିଆରଟିଆଇ ଦ୍ୱାରା ପ୍ରକାଶିତ ସମରେନ୍ଦ୍ର ଭୁତିଆଙ୍କ "ସ୍ୱାଧୀନ ସଂଗ୍ରାମରେ ଓଡ଼ିଶାର ଜନଜାତି" ପୁସ୍ତକ, ଏସସିଏସଟିଆରଟିଆଇ ଦ୍ୱାରା ପ୍ରକାଶିତ ୧୭ଟି ଏମଏଲଇ ପ୍ରାଇମର୍ସ ଏବଂ ରାୟଗଡ଼ା ଏସଡିସି ଦ୍ୱାରା ଓଡ଼ିଆରେ ଅନୁବାଦିତ ୨୫ ଟି ସଉରା ଭାଷା ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ ।


କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଜନଜାତି ଐତିହ୍ୟ ଓ ପରମ୍ପରା ର ସୁରକ୍ଷା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କର ଜନ ଜାତି କଳା ଓ ସଂସ୍କୃତି ପ୍ରତି ଆନ୍ତରିକ ଭଲ ପାଇବା ଓ ନିଷ୍ଠା ଅଛି ବୋଲି ସେ କହିଥିଲେ।


ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ କହିଲେ ଯେ ଭାରତର ଅନେକ ସରକାର ଜନଜାତି ମାନଙ୍କ ପାଇଁ ଅନେକ ସ୍ଵପ୍ନ ଦେଖିଛନ୍ତି। କିନ୍ତୁ ଓଡ଼ିଶାରେ ହିଁ ଜନଜାତି ମାନଙ୍କ ସ୍ଵପ୍ନ ପୂରଣ ହୋଇଛି। ଜନଜାତି ଯୁବକ ମାନେ ଆଜି ବଡ ହେବାର ସ୍ବପ୍ନ ଦେଖିି ପାରୁଛନ୍ତି ଓ ପୂରଣ ମଧ୍ୟ କରୁଛନ୍ତି ।


ସ୍ଵାଗତ ଭାଷଣ ଦେଇ ବିଭାଗୀୟ ସଚିବ ଶ୍ରୀମତୀ ରୂପା ରୋଷନ ସାହୁ କହିଲେ ଯେ ପୂଜା ସ୍ଥଳୀର ସଂରକ୍ଷଣ ସହିତ ପୂଜା ସ୍ଥଳୀକୁ ପଟ୍ଟା ପ୍ରଦାନ କରିବା ର ଉଦାହରଣ ଓଡ଼ିଶା ବ୍ୟତୀତ ଆଉ କେଉଁ ଠାରେ ନାହିଁ। ଜନଜାତିଙ୍କ ଅଧିକାରର ସୁରକ୍ଷା ଓ ସଶକ୍ତିକରଣ କ୍ଷେତ୍ରରେ ଓଡିଶା ସବୁଠାରୁ ଆଗରେ ବୋଲି ସେ କହିଥିଲେ।


ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।


ସୂଚନା ଯୋଗ୍ୟ ଯେ ୪୫ ପ୍ରତିଶତରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ଥିବା ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଯଥା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରକୁ ୨୦୧୭ରେ ଏସଡିସି ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୨୩ ମେ ମାସରେ ନୟାଗଡ଼, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, ନୂଆପଡ଼ା, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଭଳି ଅତିରିକ୍ତ ୧୪ଟି ଜିଲ୍ଲା କୁ ସାମିଲ କରାଯାଇଥିଲା। ବର୍ତ୍ତମାନ ୧୭୫ଟି ବ୍ଲକକୁ ମିଶାଇ ମୋଟ ୨୩ଟି ଜିଲ୍ଲାରେ ୧ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି ।


ଏସଡିସି ଅଧୀନରେ ହୋଇଥିବା ସାଂସ୍କୃତିକ ବିକାଶ କାର୍ଯ୍ୟ ପାଇଁ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ବ୍ଲକକୁ ବର୍ଷକୁ ଦେଢ଼ କୋଟି ଟଙ୍କା ପ୍ରଦାନ କରାଯାଉଛି।


 ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ଅଞ୍ଚଳର ଜଣେ ବିଶିଷ୍ଟ ଆଦିବାସୀ ସମ୍ପ୍ରଦାୟର ନେତାଙ୍କ ଅଧ୍ୟକ୍ଷତାରେ ବ୍ୟକ୍ତିଗତ ଏସଡିସି ଗଠନ କରାଯାଇଥିବା ବେଳେ ପରିଷଦଗୁଡ଼ିକ ଆଦିବାସୀ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରି "ଜନଜାତି-ସଂସ୍କୃତି-ପ୍ରଗତି" ଶୀର୍ଷକ ରଖିଛନ୍ତି।


*ବିରଳ ସଫଳତା:*


ବିଗତ କିଛି ବର୍ଷ ମଧ୍ୟରେ ଏସଡିସିମାନେ ଆଦିବାସୀ ସଂସ୍କୃତି ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା, ସଂରକ୍ଷଣ, ପ୍ରୋତ୍ସାହନ ଓ ଡକ୍ୟୁମେଣ୍ଟେସନ୍ ଆଣି ଅନେକ ବିରଳ ସଫଳତା ହାସଲ କରିଛନ୍ତି। ଏଥିରେ ୧୧ ହଜାରରୁ ଅଧିକ 'ପବୀତ୍ର ପୀଠ'ର ସୁରକ୍ଷା, ୨,୮୩୦ଟି ଆଦିବାସୀ ସାଂସ୍କୃତିକ କ୍ଲବ୍ ନିର୍ମାଣ, ୧,୧୩୩ଟି ଆଦିବାସୀ ହାଟର ଉନ୍ନତି, ୧,୯୩୪ଟି ସଙ୍ଗୀତ ଦଳକୁ ବାଦ୍ୟଯନ୍ତ୍ର ବଣ୍ଟନ, ୧,୩୨୬ଟି ନୃତ୍ୟ ଦଳକୁ ନୃତ୍ୟ ପୋଷାକ ପ୍ରଦାନ, ୯୪୨ଟି ଏସଡିସି ଚାମ୍ପିୟନଙ୍କୁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ, କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ ପ୍ରାୟ ୨,୮୦୯ଟି ଆଦିବାସୀ ଯୁବ କ୍ଲବ ଏବଂ ୬୦୦ରୁ ଅଧିକ ବ୍ଲକ୍ ଓ ଜିଲ୍ଲା ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ କରାଯାଇଛି ।


ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟରେ ୨୧ଟି ଆଦିବାସୀ ଦ୍ୱିଭାଷିକ ଅଭିଧାନ ପ୍ରଣୟନ ଆକାରରେ ଆଦିବାସୀ ଭାଷାର ପ୍ରଚାର ପ୍ରସାର ଏବଂ ୨୧ଟି ଆଦିବାସୀ ତ୍ରିଭାଷୀ ଦକ୍ଷତା ଅନ୍ତର୍ଭୁକ୍ତ ରହିଛି । ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ୧୪,୯୨୬ ଜଣ ଆଦିବାସୀ ପ୍ରତିନିଧିଙ୍କ ପାଇଁ ଏକ୍ସପୋଜର ଭିଜିଟ ଏବଂ ୩୬,୩୦୯ ଜଣ ଆଦିବାସୀ କାରିଗରଙ୍କୁ ଏସଡିସି କାରିଗର ପରିଚୟ ପତ୍ର ପ୍ରଦାନ କରାଯାଇଛି ।


ଏହି ପ୍ରମୁଖ ଉପଲବ୍ଧି ବ୍ୟତୀତ ଏହି ସବୁ ପଦକ୍ଷେପକୁ ସମ୍ପ୍ରଦାୟର ନିକଟତର ହେବା ପାଇଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବେ ଗୋଷ୍ଠୀ ଜଙ୍ଗଲ ଅଧିକାର ବ୍ୟବସ୍ଥା ଅନୁଯାୟୀ 'ପବିତ୍ର ପୀଠ' ପାଇଁ ରେକର୍ଡ ଅଫ୍ ରାଇଟ୍ସ (ROR) ପ୍ରଦାନ କୁ ସୁନିଶ୍ଚିତ କରୁଛି ।  


ଆର୍ଥିକ କ୍ଷେତ୍ରରେ ୯ଟି ପୁରୁଣା ଏସଡିସିଙ୍କୁ ଏହାର ପ୍ରତିଷ୍ଠା ତାରିଖଠାରୁ ୨୦୨୨-୨୩ ବର୍ଷ ପର୍ଯ୍ୟନ୍ତ ୩୯୭ କୋଟି ଟଙ୍କା ଆବଣ୍ଟନ କରିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ସମସ୍ତ ୨୩ଟି ଏସଡିସି ଜିଲ୍ଲା ପାଇଁ ମୋଟ ୪୦୧.୨୫ କୋଟି ଆବଣ୍ଟନ କରାଯାଇଛି । ରାଜ୍ୟ ସରକାର ଏହାର ପ୍ରତିଷ୍ଠା ଦିନରୁ ଏପର୍ଯ୍ୟନ୍ତ ଏସଡିସିମାନଙ୍କୁ ମୋଟ ୭୯୮.୨୫ କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି।

Powered by Froala Editor

Tags Chief minister, Naveen Patnaik

Related articles Odisha News Lens 4.1

  • ମୁଖ୍ୟମନ୍ତ୍ରୀ ମାନ ଓ କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ କାରକୁ ବୋମାରେ ...
    ଦେଶ-ଦେଶାନ୍ତର

    ମୁଖ୍ୟମନ୍ତ୍ରୀ ମାନ ଓ କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ କାରକୁ ବୋମାରେ ...

    13756
    May 07, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା
    ବିଶେଷ

    ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    13880
    May 07, 2026
  • ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ଆଜି ପୁଣିଥରେ ରାଜ୍ୟପାଳଙ୍କୁ ଭେଟିଲେ ...
    ଦେଶ-ଦେଶାନ୍ତର

    ତାମିଲନାଡୁରେ ସରକାର ଗଠନ ପ୍ରସଙ୍ଗ ଜଟିଳ, ଆଜି ପୁଣିଥରେ ରାଜ୍ୟପାଳଙ୍କୁ ଭେଟିଲେ ...

    13628
    May 07, 2026
  • ଥଲାପତି ବିଜୟଙ୍କ ଶପଥ ନେଇ ଆଶଙ୍କା, ୧୧୮ ବିଧାୟକଙ୍କ ତାଲିକା ଧରି ଆସିବାକୁ କହିଲେ ...
    ଦେଶ-ଦେଶାନ୍ତର

    ଥଲାପତି ବିଜୟଙ୍କ ଶପଥ ନେଇ ଆଶଙ୍କା, ୧୧୮ ବିଧାୟକଙ୍କ ତାଲିକା ଧରି ଆସିବାକୁ କହିଲେ ...

    15197
    May 07, 2026
  • ସିସିଟିଭିରେ ରଙ୍ଗ ବୋଳି ଖାଲି କରିଦେଲେ ଏଟିଏମ୍‌
    ଜିଲ୍ଲା ପରିକ୍ରମା

    ସିସିଟିଭିରେ ରଙ୍ଗ ବୋଳି ଖାଲି କରିଦେଲେ ଏଟିଏମ୍‌

    15442
    May 07, 2026
  • ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ନିଶାନ୍ତଙ୍କ ସମେତ ଶପଥ ନେଲେ ୩୨ ମନ୍ତ୍ରୀ

    15561
    May 07, 2026
  • ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, କହିଲେ ଆମେ ଭଲ ବନ୍ଧୁ
    ମନୋରଞ୍ଜନ

    ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, କହିଲେ ଆମେ ଭଲ ବନ୍ଧୁ

    15545
    May 07, 2026
  • ‘ଅପରେସନ୍ ସିନ୍ଦୂର’କୁ ବର୍ଷେ, ମୋଦିଙ୍କର ଏକ୍ସ ଡିପିରେ ସେନାକୁ ସଲାମ
    ଦେଶ-ଦେଶାନ୍ତର

    ‘ଅପରେସନ୍ ସିନ୍ଦୂର’କୁ ବର୍ଷେ, ମୋଦିଙ୍କର ଏକ୍ସ ଡିପିରେ ସେନାକୁ ସଲାମ

    15307
    May 07, 2026
  • ଇସ୍ତଫା ନାହିଁ, ମୋତେ ବହିଷ୍କାର କର: ମମତା
    ଦେଶ-ଦେଶାନ୍ତର

    ଇସ୍ତଫା ନାହିଁ, ମୋତେ ବହିଷ୍କାର କର: ମମତା

    15426
    May 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ସିସିଟିଭିରେ ରଙ୍ଗ ବୋଳି ଖାଲି କରିଦେଲେ ଏଟିଏମ୍‌

    15442
    May 07, 2026
  • ଦେଶ-ଦେଶାନ୍ତର

    ମୁଖ୍ୟମନ୍ତ୍ରୀ ମାନ ଓ କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ କାରକୁ ବୋମାରେ ଉଡାଇଦେବାକୁ ଧମକ

    13756
    May 07, 2026
  • ଦେଶ-ଦେଶାନ୍ତର

    ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା

    14086
    May 07, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17460
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17510
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17867
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16342
    Apr 03, 2021

ବିଶେଷ

  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    13880
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15052
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15109
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13900
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14126
    May 01, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15383
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15119
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15616
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13933
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇସ୍ତଫା ନାହିଁ, ମୋତେ ବହିଷ୍କାର କର: ମମତା

    15426
    May 07, 2026
  • ଥଲାପତି ବିଜୟଙ୍କ ଶପଥ ନେଇ ଆଶଙ୍କା, ୧୧୮ ବିଧାୟକଙ୍କ ତାଲିକା ଧରି ଆସିବାକୁ କହିଲେ ରାଜ୍ୟପାଳ

    15197
    May 07, 2026
  • ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା

    14086
    May 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In