ପ୍ରଥମ ପର୍ୟ୍ୟାୟ ରଥକାଠ ପୁରୀରେ ପହଞ୍ଚିଲା
ପୁରୀ: ଚଳିତ ବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ପୁରୀ ପହଞ୍ଚିଛି ପ୍ରଥମ ପର୍ୟ୍ୟାୟ ରଥକାଠ। ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ବାହାରିଥିଲା ରଥକାଠ। ୩ଟି ଟ୍ରକ୍ ଯୋଗେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୧୦୨ ଖଣ୍ଡ ରଥକାଠ ପହଞ୍ଚିଥିଲା। ସେଥିରୁ ୫୦ ଖଣ୍ଡ ଅସନ ଓ ୫୨ ଖଣ୍ଡ ଧଉରା କାଠ ରହିଥିବା ସୂଚନା ମିଳିଛି।
ଆଗାମୀ ୧୪ ତାରିଖରେ ପବିତ୍ର ଶ୍ରୀପଞ୍ଚମୀ ଦିନ ରଥ କାଠ ପୂଜନ କରାଯିବ। ରଥ ସହିଁତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ଗତ ବର୍ଷର ୫୩ ଖଣ୍ଡ କାଠ ବଳକା ରହିଛି। ଆବଶ୍ୟକୀୟ ମୋଟ ୮୧୨ ଖଣ୍ଡ କାଠ ଚିହ୍ନଟ ନେଇ ଗତ ବର୍ଷ ଡିସେମ୍ବର ୩୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟିମ ଯାଇ ଚିହ୍ନଟ କରିଥିଲେ। ଅବଶିଷ୍ଟ କାଠ ପର୍ୟ୍ୟାୟ କ୍ରମେ ପହଞ୍ଚାଯିବ।
Powered by Froala Editor