ଇଟାଭାଟିରେ ଚାଲିଗଲା ୪ ଜୀବନ
ଢେଙ୍କାନାଳ: ଅଘଟଣା । ଇଟାଭାଟିରେ ଚାଲିଗଲା ଜୀବନ । ଗୋଟିଏ କି ଦୁଇଟା ନୁହେଁ ଏକାବେଳେ ଚାଲିଗଲା ୪ଜୀବନ । କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ନିକଟରେ ଥିବା ଏକ ଇଟାଭାଟିରେ ଏଭଳି ଅଘଟଣ ଘଟିଛି । ଇଟାଭାଟିରେ କାମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ତେବେ ସବୁଠୁ ବଡ଼ କଥା ହେଉଛି ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ଥିବା ଜଣାଯାଇଛି । ଏଖବର ଜଣାପଡ଼ିବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।
ପ୍ରକାଶ ଯେ ଗୋଟିଏ ପରିବାରର ୪ ଜଣ ଇଟାଭାଟି ଉପରେ ଶୋଇଥିଲେ । ତେବେ ତଳେ ଇଟାଭାଟି ଜଳୁଥିଲା । ସେଥିରୁ ଧୂଆଁ ବାହାରିବାରୁ ଶ୍ୱାସରୁଦ୍ଧ ହୋଇ ସମସ୍ତଙ୍କ ମୃତୁ୍ୟ ହୋଇଥିବା କୁହାଯାଉଛି ।
Powered by Froala Editor