ସନ୍ତୃପ୍ତ ମିଶ୍ର ଧରିଲେ ଶଙ୍ଖ
ଭୁବନେଶ୍ୱର: ବିବିଜେଡିରେ ଯୋଗଦେଲେ ସନ୍ତୃପ୍ତ ମିଶ୍ର । ଆଜି ନବୀନ ନିବାସ ଯାଇ ବିଜେଡିରେ ସାମିଲ ହୋଇଛନ୍ତି । ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ବିଭାଗରେ ନିର୍ଦ୍ଦେଶକ ଥିଲେ ସନ୍ତୃପ୍ତ ମିଶ୍ର । ଡିସେମ୍ବରରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଆଜି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।
ଦଳରେ ସାମିଲ ହେବା ପରେ ସନ୍ତୃପ୍ତ କହିଛନ୍ତି, ଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି । ଭାରତୀୟ ରାଜନୀତିରେ ବିଜେଡି ହେଉଛି ସବୁଠୁ ପ୍ରଗତିଶୀଳ ରାଜନୈତିକ ଦଳ । ବହୁରାଷ୍ଟୀୟ କମ୍ପାନୀରେ କାମ କରୁଥିବାରୁ ଓଡ଼ିଶା ବାହାରେ ରହୁଥିଲି । କିନ୍ତୁ ଜନ୍ମସ୍ଥାନକୁ ଫେରି ଓଡ଼ିଶା ପାଇଁ କାମ କରିବାକୁ ମନରେ ଇଚ୍ଛା ଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଆଗକୁ ନେବା ସହ ମୌଳିକତା ଆଧାରରେ ୨୫ ବର୍ଷ ହେବ ଓଡ଼ିଶାର ଶାସନଭାର ସମ୍ଭାଳିଛନ୍ତି । ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ,ଏକାମ୍ର ପ୍ରକଳ୍ପ ଜରିଆରେ ଓଡ଼ିଶାରେ ଆଧ୍ୟାତ୍ମିକ ଭାବନା ଆଣିଛନ୍ତି ନବୀନ । ଏହା ଦେଖିବା ପରେ ମୁଁ ଅନେକ ପ୍ରେରଣା ପାଇଛି । ବିଜେଡିରେ ଯୋଗ ଦେଇଛି ଓଡ଼ିଶାବାସୀଙ୍କ ପାଇଁ ସେବା କରିବାକୁ ।
Powered by Froala Editor