ଜାଲ୍ କାଷ୍ଟିଂ କଲକୁ ନେଇ ଆଲର୍ଟ କଲା ସଲମାନଙ୍କ ପ୍ରଡକ୍ସନ ହାଉସ

ବଲିଉଡ ଅଭିନେତା ସଲମାନ ଖାନ ତାଙ୍କ ପ୍ରଡକ୍ସନ୍ କମ୍ପାନୀ କାଷ୍ଟିଂରେ ଜାଲିଆତି ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି । ଏଥିପାଇଁ ଉକ୍ତ ପ୍ରଡକ୍ସନ ହାଉସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ସଲମାନ ଖାନଙ୍କ ନାମରେ କୌଣସି ଫିଲ୍ମ ପାଇଁ କାଷ୍ଟିଂ କରିବାକୁ ଦଳ ସ୍ପଷ୍ଟ ଭାବେ ମନା କରି ଦେଇଛି। ଏହା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି।
ସଲମାନ ଖାନଙ୍କ ପ୍ରଡ଼କ୍ସନ ହାଉସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଜାଲ୍ କାଷ୍ଟିଂ କଲକୁ ନେଇ ସମସ୍ତଙ୍କୁ ଆଲର୍ଟ କରିଛି । ଏହି ପୋଷ୍ଟରେ ଲେଖା ହୋଇଛି, 'ଫିଲ୍ମରେ କାଷ୍ଟିଂ ପାଇଁ ସେ କୌଣସି ୩ୟ ପକ୍ଷ ସହ ଜଡ଼ିତ ନୁହନ୍ତି । ଯଦି ଆପଣଙ୍କୁ ଏହି ସମ୍ପନ୍ଧୀୟ ମେଲ୍ କିମ୍ବା ମେସେଜ୍ ମିଳେ ତେବେ ଏହା ଉପରେ ବିଶ୍ୱାସ କରନ୍ତୁ ନାହିଁ । ଯଦି ସଲମାନ ଖାନଙ୍କ ନାଁ କୌଣସି ଭୁଲ ଉପାୟରେ ବ୍ୟବହୃତ ହୁଏ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।'
ଗତ ବର୍ଷ ଅଭିନେତାଙ୍କ ନାମରେ କାଷ୍ଟିଂକୁ ନେଇ ଏକ ଠକେଇ ହୋଇଥିଲା। ସେହିଭଳି ପୁନର୍ବାର ଏକ ମାମଲା ଦେଖିବାକୁ ମିଳିଛି। ଯେଉଁଥିପାଇଁ ପ୍ରଡକ୍ସନ୍ ହାଉସକୁ ନୋଟିସ୍ ଜାରି କରିବାକୁ ପଡିଛି।
୨୦୧୧ରେ ସଲମାନ ଖାନ ନିଜର ପ୍ରଡକସନ୍ ହାଉସ୍ ଖୋଲିଥିଲେ, ଯାହାର ନାମ ସଲମାନ ଖାନ ଫିଲ୍ମସ (SKF) ଥିଲା। ଅଭିନେତା ନିଜ ପ୍ରଡକ୍ସନ୍ ହାଉସ୍ ଅଧୀନରେ ଚିଲର୍ ପାର୍ଟି, ଫାରେ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ବର୍ତ୍ତମାନ ଏହି ପ୍ରଡକସନ୍ ନାମରେ ଠକେଇର ଏକ ମାମଲା ସାମ୍ନାକୁ ଆସିଛି, ଏହାକୁ ଗମ୍ଭୀରତାକୁ ନେଇ ପ୍ରଡକ୍ସନ୍ ହାଉସ୍ ଏକ ବିବୃତ୍ତି ଜାରି କରିଛି।
Powered by Froala Editor