ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ
ଭୁବନେଶ୍ୱର : ସୋମବାର ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଆଇସିସି ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ।
ସୋମବାର ଦିନ ୧୧ଟା ୪୫ରେ ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିବେ ଖଡ଼ଗେ । ସେଠାରୁ ୫ହଜାର ବାଇକ୍ ରାଲିରେ ଆସି କଂଗ୍ରେସ ଭବନରେ ପହଞ୍ଚିବେ । ଏହାପରେ ସେଠାରୁ ବିରାଟ ଶୋଭାଯାତ୍ରାରେ ଆସିବେ ଲୋୟର ପିଏମଜିରେ ଆୟୋଜିତ ସଭାସ୍ଥଳକୁ। ଓଡିଶା ବଞ୍ଚାଅ ସମାବେଶ ଆୟୋଜନ କରିଛି କଂଗ୍ରେସ। ଯେଉଁଥିରେ ହଜାର ହଜାର କର୍ମୀ ସାମିଲ ହେବା ନେଇ ଲକ୍ଷ୍ୟ ରଖିଛି ଦଳ।
ସେହିପରି ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଖଡ଼ଗେ ଆଲୋଚନା କରିବେ। ସେହିପରି ଇଣ୍ଡିଆ ମେଣ୍ଟର ସଦସ୍ୟ ଥିବା ଦଳର ନେତାମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ। ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ପ୍ରସ୍ତୁତି ମଧ୍ୟ ତଦାରଖ କରିବେ।
Powered by Froala Editor