୨ କୋଟି ଠକେଇ ମାମଲା, ୨ ଜଣଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ
ଭୁବନେଶ୍ୱର: ଆରବିଆଇ ଅଫିସର କହି ୨ କୋଟିରୁ ଊଦ୍ଧ୍ୱର୍ ଠକେଇ ମାମଲାରେ ୨ ଜଣଙ୍କୁ ଦଣ୍ଡାଦେଶ ହୋଇଛି । ୨ ଜଣଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଲେଖାଏଁ ଜୋରିମାନା କରାଯାଇଛି । ସମ୍ପୃକ୍ତ ୨ ଜଣ ଦୋଷୀ ହେଉଛନ୍ତି ନୋଏଡାର ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ ।
ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟ ଏମାନଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ଉଭୟ ନିଜକୁ ଆରବିଆଇ ଅଫିସର କହି ଯୋଡ଼ାର ଜଣେ ବ୍ୟବସାୟୀ ଙ୍କ ଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଠକେଇ କରିଥିଲେ । ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନାରେ ଋଣ କରାଇବାକୁ କହି ଠକେଇ କରିଥିଲେ । ଏନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ୍ୟ ଉଭୟଙ୍କୁ ୨୦୨୨ରେ ଗିରଫ କରିଥିଲା ।
Powered by Froala Editor