ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ

ବ୍ରହ୍ମପୁର: ବସ୍-ପିକଅପ ଭ୍ୟାନ୍ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୩ ମୃତ । ଗଞ୍ଜାମ ଆସିକା ଥାନା ଖଡଭାଗ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ।
ସୂଚନା ଥାଉକି, ଗଞ୍ଜାମ ଥାନା ଆସିକା ଥାନା ଖଡଭାଗ ପିକ୍ ଅପ ଭ୍ୟାନ୍ ଧକ୍କାଦେଇଥିଲା ବସ୍ । ଭ୍ୟାନ୍କୁ ଚାପିଦେଇଥିଲା ବସ୍ । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଏମିତି ହୋଇଛି ଯେ, ମୃତଦେହ କାଢିବା ଅସମ୍ଭବ ହୋଇଥିଲା । ଗ୍ୟାସ କଟର ସାହାଯ୍ୟରେ କାଟି ମୃତଦେହକୁ କାଢିବାରୁ ଉଦ୍ୟମ ଚାଲିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor