ନକଲି ସିମ୍ କାର୍ଡ ରାକେଟର ୪ ଗିରଫ, ୫୩୮ଟି ସିମ୍ ଜବତ

କେନ୍ଦୁଝର ପୁଲିସକୁ ବଡ଼ ସଫଳତା। ସାଇବର କ୍ରାଇମରେ ବ୍ୟବହୃତ ୫ଶହରୁ ଅଧିକ ନକଲି ସିମକାର୍ଡ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଙ୍କଠାରୁ ୫୩୮ଟି ସିମ୍, ୧୮ଟି ମୋବାଇଲ, ୫ଟି ବାୟୋମେଟ୍ରିକ ସ୍କାନର, ୨୫ଟି ଏଟିଏମ୍ କାର୍ଡ଼, ୨୫ଟି ଆଇଡି କାର୍ଡ, ଗୋଟିଏ ଲାପଟପ, ୭ଟି ପାସବୁକ୍ , ୧୮୫ଟି ଫଟୋ , ୫ ହଜାର ଟଙ୍କା ଜବତ ହୋଇଛି। କେନ୍ଦୁଝର ଏସପି ନୀତିନ କୁଶଲକର ଏହି ସୂଚନା ଦେଇଛନ୍ତି।
ଏସପିଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଝାଡଖଣ୍ଡ, ବିହାର, ରାଜସ୍ଥାନ ଆଦି ରାଜ୍ୟର ସାଇବର୍ ଠକଙ୍କୁ ସିମ୍ ବିକ୍ରି କରୁଥିଲେ । ଧରାପଡ଼ିଥିବା ଅଭିଯୁକ୍ତ ମଧ୍ୟରେ ମୁଖ୍ୟ ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ୩ ଶହରୁ ଅଧିକ ମାମଲା ରହିଛି ।
ଗରିବ ଲୋକଙ୍କ ଆଇଡି ଦେଇ ଏମାନେ ସିମ୍ କିଣୁଥିଲେ। ଆକ୍ଟିଭେଟ୍ ସିମକୁ ଝାଡ଼ଖଣ୍ଡ ପଠାଇ କ୍ରାଇମ୍ କରୁଥିଲେ। ମହାରାଷ୍ଟ୍ରରୁ ଅଭିଯୋଗ ଆସିବା ପରେ କେନ୍ଦୁଝର ପୁଲିସ ତନାଘନା ଆରମ୍ଭ କରିଥିଲା। ଗିରଫ ଅଭିଯୁକ୍ତଙ୍କଠାରୁ ପ୍ରାୟ ଚାରି ହଜାର ନକଲି ସିମ୍ ଜବତ କରାଯାଇଛି। ବିଶେଷ କରି ଜିଓ ଏବଂ ଏୟାରଟେଲ୍ ନମ୍ବରରୁ ଠକେଇ କରୁଥିବା ଜଣାପଡ଼ିଛି।
Powered by Froala Editor