ବିଜେଡି ଓ ବିଜେପିକୁ ଏକାଠି କରିବା ପାଇଁ କଂଗ୍ରେସ ବାହାଘର ଆୟୋଜନ କରିଛି: କଂଗ୍ରେସ

ଭୁବନେଶ୍ୱର: ବିଜେଡି ଓ ବିଜେପି ଲିଭ-ଇନ ସମ୍ପର୍କରେ ଅଛନ୍ତି । ଏହି ସମ୍ପର୍କ ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୨୩ ବର୍ଷର ଏ ସମ୍ପର୍କ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଏଭଳି କଟାକ୍ଷ କରାଯାଇଛି । ଖୋଦ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏଭଳି କଟାକ୍ଷ କରିଛନ୍ତି ।
ସେ କହିଛନ୍ତି ଯେ ୨୩ ବର୍ଷ ହେଲା ବିଜେଡି ଓ ବିଜେପି ଲିଭ-ଇନରେ ଅଛନ୍ତି । ବିଭିନ୍ନ ପ୍ରସଙ୍ଗରେ ବିଜେପି ଓ ବିଜେଡି ଭିତରେ ବୁଝାମଣାର ଉଦାହରଣ ମଧ୍ୟ କଂଗ୍ରେସ ପ୍ରଭାରୀ ଦେଇଛନ୍ତି । ବିମୁଦ୍ରୀକରଣ, ଜିଏସଟି ଓ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ପ୍ରସଙ୍ଗ ମଧ୍ୟ କଂଗ୍ରେସ ପ୍ରଭାରୀ ଉଠାଇଛନ୍ତି । ଇଡି ଓ ସିବିଆଇ ଓଡ଼ିଶାକୁ ଆସୁନଥିବା କହି ମଧ୍ୟ ଅଜୟ କୁମାର ସମାଲୋଚନା କରିଛନ୍ତି । ମାହାଙ୍ଗା ଡବଲ ମର୍ଡର ଓ ମମିତା ମେହେର ମାମଲାରେ ବିଜେପି ଚୁପ କାହିଁକି ବୋଲି ଅଜୟ କୁମାର ପ୍ରଶ୍ନ କରିଛନ୍ତି ।
ସେହିପରି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପିସିସି ସଭାପତି ଶରତ ପଟ୍ଟନାୟକ ଆଗାମୀ ଦିନରେ ଉଭୟ ବିଜେପି ଓ ବିଜେଡି ମିଶିକି ନିର୍ବାଚନ ଲଢିବେ ବୋଲି କହିଛନ୍ତି । ଏଥିସହ ତାମିଲ ରାଜ, ପାଣ୍ଡିଆନ ରାଜକୁ ବରଦାସ୍ତ କରାଯିବନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ତେଣୁ ଉଭୟଙ୍କର ବିବାହ କରି ଏକାଠି କରିବା ପାଇଁ କଂଗ୍ରେସ ବାହାଘର ଆୟୋଜନ କରିଛି। ଏଥିପାଇଁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କାର୍ଡ ବଣ୍ଟା ଯାଇ ବାହାଘରର ତାରିଖ, ଲଗ୍ନ ମଧ୍ୟ ଏହି କାର୍ଡରେ ଉଲ୍ଲେଖ କରାଯାଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବେଦୀ କରାଯାଇଥିବା ବେଳେ ଗୁରୁବାର ହିଁ ବରାନୁଗମନ ହେଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ୨୩ ବର୍ଷ ହେଲା ଲିଭ୍ ଇନ୍ରେ ରହୁଛନ୍ତି ବିଜେପି ଓ ବିଜେଡି। ତେଣୁ ଏବେ ବାହାଘରର ସମୟ ଆସିଛି। ତେଣୁ ଉଭୟଙ୍କ ବାହାଘର କରାଯାଉଛି।
Powered by Froala Editor