ଟ୍ରେନ୍ ଟ୍ରାକ୍ରେ କଟି ଦୁଇ ଜଣଙ୍କ ମୃତ୍ୟୁ
ରାୟଗଡା : ସ୍ପିଡ୍ ମେକର ଟ୍ରାଏଲ ଇଞ୍ଜିନ ପରୀକ୍ଷା ବେଳେ ନିର୍ମାଣଧୀନ ଟ୍ରେନ୍ ଟ୍ରାକ୍ରେ କଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
ରାୟଗଡ଼ା ଜିଲ୍ଲା ସିଂପୁର ରୋଡ୍ ଓ ରାୟଗଡ଼ା ରେଳ ଷ୍ଟେସନ ମଝି ଦେବଦଲଗୁଡା ସ୍ଥିତ ରାଜପଥ ୩୩୫ ନମ୍ବର ନିକଟରେ ତୃତୀୟ ରେଳ ଧାରଣାରେ କଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ଦେବଦଲଗୁଡା ଗାଁର ଆମିସିରାଓ ପୁଲାକା ଓ ଶିବାନା କାଡ୍ରାକା ।
କୌଣସି କାରଣ ବଶତଃ ଦୁଇ ଜଣ ରେଳ ଟ୍ରାକ୍ ଉପରେ ବସିଥିବା ବେଳେ ସ୍ପିଡ୍ ମେକର ଟ୍ରାଏଲ ଇଞ୍ଜିନ ଆସି ଦୁଇ ଜଣଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ କ୍ଷତିପୂରଣ ଦାବିରେ ଗାଁ ଲୋକ ଅଡ଼ି ବସିଛନ୍ତି । ମୃତଦେହ ଉଠାଇବାକୁ ଦେଇନାହାନ୍ତି ଓ ଉତ୍ତେଜନା ଲାଗିରହିଛି ।
Powered by Froala Editor