ବିଶ୍ବର ପ୍ରଥମ କଳାବାଘ ସଫାରୀ ହେବ ଶିମିଳିପାଳରେ

ଭୁବନେଶ୍ବର : ଶିମିଳିପାଳରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ । ସ୍ବତନ୍ତ୍ର କଳାବାଘ (ମେଲାନିଷ୍ଟିକ) ସଫାରୀ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।
ଶିମିଳିପାଳରେ ହେବ କଳାବାଘ ସଫାରୀ ତେବେ ଶିମିଳିପାଳ ଟାଇଗର ରିଜର୍ଭ ନିକଟରେ ସ୍ବତନ୍ତ୍ର କଳାବାଘ ସଫାରୀ କରାଯିବ । ପର୍ୟ୍ୟଟକ ଓ ଦର୍ଶକ ଏହି ବାଘ ସଫାରୀ ବୁଲିପାରିବେ । ଶିମିଳିପାଳ ଅଭୟାରଣ୍ୟରେ କଳାବାଘଙ୍କ ଗିତିବିଧି ଉପରେ ନଜର ବନ ବିଭାଗ ରଖିଛି ।
Powered by Froala Editor