କଟକ-ଭୁବନେଶ୍ଵର ପୋଲିସ କମିଶନର ଭାବେ ନିଯୁକ୍ତ ହେଲେ ସଞ୍ଜୀବ ପଣ୍ଡା

ଭୁବେନଶ୍ଵର: ବଦଳିଛନ୍ତି ଦ୍ଵୈତ ନଗରୀର ପୋଲିସ କମିଶନର। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ବର୍ତ୍ତମାନ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଥିବା ତଥା ଅତିରିକ୍ତ ଓଡିଶା ପୋଲିସ ହାଉସିଂ କର୍ପୋରେସନର ସିଏମଡି ଥିବା ସଞ୍ଜୀବ ପଣ୍ଡାଙ୍କୁ ଟ୍ଵିନ ସିଟି କଟକ-ଭୁବନେଶ୍ଵରର ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି। ପୋଲିସ କମିଶନର ଥିବା ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଏହି ପରି ୧୮ ଜଣ ଆଇପିଏସ ଅଫିସରଙ୍କୁ ଅଦଳ ବଦଳ କରାଯାଇଛି।
ଗୃହ ବିଭାଗର ସ୍ଵତନ୍ତ୍ର ସଚିବ ଡ. ଶ୍ରୀମତି ସନ୍ତୋଷ ବାଲାଙ୍କୁ ଓଡିଶା ପୋଲିସ ହାଉସିଂ ଓୟାର କର୍ପୋରେସନର ସିଏମଡି ଭାବେ ଅବସ୍ଥାପିତ କରାଯାଇଛି। ପୂର୍ବାଞ୍ଚଳର ଆଇଜି ଥିବା ହିମାଂଶୁ ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି ପଦବୀକୁ ବଦଳି କରାଯାଇଛି। ଉତ୍ତରାଞ୍ଚଳ ପୋଲିସ ଆଇଜି ଥିବା ଦୀପକ କୁମାରଙ୍କୁ ଏନସିଆର ତାଳଚେରର ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କୁ ଅତିରିକ୍ତ ଭାବେ ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟରର ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି। ଦକ୍ଷିଣାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ପୋଲିସ ଆଇଜି ଭାବେ ଅବସ୍ଥାପିତ କରାଯାଇଛି।
ଏସଟିଏଫର ଅପରାଧ ଶାଖା ଆଇଜି ଜେଏନ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ସହ ବ୍ରହ୍ମପୁର ସ୍ଥିତ ଏସଟିଏଫ ଇଓଡବ୍ଲ୍ୟୁର ଆଇଜି ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେହିଭଳି ପୁରୀ ଏସପି ତଥା ଡିଆଇଜି କନଓ୍ଵର ବିଶାଲ ସିଂଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। ତାଙ୍କୁ ଡିଆଇଜିପି ରାଙ୍କ ଦିଆଯାଇଛି। କଟକ ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଛି।
ପୋଲିସ ମୁଖ୍ୟାଳୟର ଅତିରକ୍ତି ଆଇଜି ଥିବା ବି ଯୁଗୋଳ କିଶୋର କୁମାରଙ୍କୁ କେନ୍ଦ୍ରାପଡା ଏସପି ଭାଏବେ। ସେହିଭଳି କେନ୍ଦ୍ରାପଡାର ଏସପି ଭାବେ କାର୍ୟ୍ୟ କରୁଥିବା ଏମ ସନ୍ଦୀପ ସମ୍ପଦଙ୍କୁ ଢେଙ୍କାନାଳ ଏସପି ପଦବୀକୁ ବଳଦଳି କରାଯାଇଛି। ରାୟଗଡା ଏସପି ଥିବା ବିବେକାନନ୍ଦ ଶର୍ମାଙ୍କୁ ପୋଲିସ ମୁଖ୍ୟାଳୟର ଅତିରିକ୍ତ ଆଇଜି ଭାବେ ବଦଳି କରଯାଇଛି। ଢେଙ୍କାନାଳ ଏସପି ଭାବେ କାର୍ୟ୍ୟ କରୁଥିବା ଓପିଏସ ଅଫିସର ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଭାବେ ଭୁବନେଶ୍ଵରକ ବଦଳି କରାଯାଇଛି।
ସୋନପୁର ଏସପି ଓପିଏସ ଅଫିସର ଅମେଶର କୁମାର ପଣ୍ଡାଙ୍କୁ ପୋଲିସ ମୁଖ୍ୟାଳୟର ଅତିରିକ୍ତ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଦେବଗଡ଼ ଏସପି ପିକେ ମିଶ୍ରଙ୍କୁ ରାଉରକେଲାର ଏସଆରପି ପଦବୀକୁ ବଦଳି କରାଯାଇଛି। ସେହିପରି ସ୍ପେଶାଲ ବ୍ରାଞ୍ଚ ଏସପି ରାମପ୍ରସାଦ ସାହୁଙ୍କୁ ଦେବଗଡ ଏସପି ପଦବୀକୁ ବଦଳି କରାଯାଇଛି। ଜୟପୁର ଏସଡିପିଓ ହରିଶ ବିସିଙ୍କୁ ରାୟଗଡା ଏସପି ଭାବେ ଅବସ୍ଥାପିତ କରାଯାଇଛି। ବାଲିଗୁଡା ଏସଡିପିଓ ୟଶ ପ୍ରତାପ ଶ୍ରୀମାଲଙ୍କୁ ସୋନପୁର ଏସପି ଭାବେ ବଦଳି କରାଯାଇଛି।
Powered by Froala Editor