ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ୨୭ରେ ସମସ୍ତ ସ୍କୁଲ କଲେଜ ଛୁଟି

ଭୁବନେଶ୍ୱର : ଆସନ୍ତା ୨୭ରେ ସମସ୍ତ ସ୍କୁଲ-କଲେଜ ଛୁଟି । ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଥିବାରୁ ବନ୍ଦ ରହିବ ସମସ୍ତ ସ୍କୁଲ-କଲେଜ । ଛୁଟି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଚତୁର୍ଥ ଶନିବାର ଥିବାରୁ ସମସ୍ତ ସରକାରୀ ଅଫିସ ମଧ୍ୟ ବନ୍ଦ ରହିବ । ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବହୁଚର୍ଚ୍ଚିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ହେବ । ଏଥିପାଇଁ ୨୭ ତାରିଖରୁ ୫ ଦିନିଆ ହୋମଯଜ୍ଞ ହେବାକୁ ଥିବା ବେଳେ ସୋମବାର ଏହି ଯଜ୍ଞର ଅଙ୍କୁରାରୋପଣ ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
୨୬ ତାରିଖରେ ଏହି ଯଜ୍ଞ ପାଇଁ ୧୧୦୦ ମହିଳାଙ୍କ ଦ୍ୱାରା ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ଅଧିବାସ ହେବ । ପରେ ୨୭ ତାରିଖ ସନ୍ଧ୍ୟାରେ ମହାନଦୀ କୂଳରେ ନିର୍ମିତ ଦୁଇ ବିଶାଳ ମଞ୍ଚରୁ ମହାନଦୀ ଆଳତି ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା ଏବଂ ଛତିଶଗଡର ୨୧ ଜଣ ପଣ୍ଡିତ ଯୋଗଦେବେ ।
Powered by Froala Editor