ଆଜି ୧୦୮ ତୀର୍ଥ ଜଳରେ ଅଭିଷେକ ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର: ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଏକାମ୍ର ଅଧୀଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜ ୧୦୮ ତୀର୍ଥ ଜଳରେ ସ୍ନାନ କରି ଅଭିଷେକ ହେବେ । ଗୁରୁବାର ଭୋଗମଣ୍ଡପ ନୀତି ପରେ ୧୦୮ ବଡୁ ସେବାୟତ ତୀର୍ଥ ପୁଷ୍ମରିଣୀ ବିନ୍ଦୁସାଗରରୁ ପାଣି କଳସ ଉତ୍ତୋଳନ କରିବାକୁ ଆସିବେ । ଏହି ଯାତ୍ରା ସମୟରେ ଘଣ୍ଟ, କାହାଳି, ମେଘଡମ୍ବରୁ ଆଦି ସାମିଲ କରାଯିବ ।
ତୀର୍ଥ ଜଳ ସବୁକୁ ବେହେରଣ ମଣ୍ଡପରେ ରଖାଯାଇ ପୂଜାପଣ୍ଡାଙ୍କ ଦ୍ୱାରା ଅଧିବାସ ପୂଜା କରାଯିବ । ଏହା ପରେ ଶ୍ରୀଜିଉଙ୍କୁ ସ୍ନାନ କରାଇ ରାଜ ରାଜେଶ୍ୱର ବେଶରେ ସଜାଇ ଦିଆଯିବ । ମା’ପାର୍ବତୀ ମଧ୍ୟ ଧଳାଛତା ସହିତ ଶ୍ରୀଲିଙ୍ଗରାଜଙ୍କ ନିକଟକୁ ବିଜେ କରିବେ । ସେଠାରେ ଯାତ୍ରା ପୂଜାରେ ବିଷୋୟୀ ସେବାୟତଙ୍କ ପ୍ରଦତ୍ତ ମୁଆଁଭୋଗ ଲାଗି ହେବ । ଶେଷରେ ମାତା ପାର୍ବତୀ ଦକ୍ଷିଣୀ ଘରକୁ ବିଜେ କରିବେ । ଏହା ପରେ ଦିନର ଅବଶିଷ୍ଟ ନୀତି ସମ୍ପାଦନ ହେବ ବୋଲି ମୌସମ ବଡୁ ସୂଚନା ଦେଇଛନ୍ତି ।
Powered by Froala Editor