ବଦଳିଲା ରାମଲାଲାଙ୍କ ଦର୍ଶନ ସମୟ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ବହୁ ସଂଖ୍ୟାରେ ଭକ୍ତଙ୍କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଦର୍ଶନର ସମୟ ବଢାଇବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଭକ୍ତମାନେ ରାତି ୧୦ ଟା ପର୍ଯ୍ୟନ୍ତ ରାମଲାଲାଙ୍କ ଦର୍ଶନ ପାଇପାରିବେ । ଏହାପୂର୍ବରୁ ଏହି ସମୟ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଥିଲା ।
ସରକାରୀ ସୂତ୍ର ଅନୁଯାୟୀ, ପ୍ରାୟ ପାଞ୍ଚ ଲକ୍ଷ ଭକ୍ତ ମନ୍ଦିରରେ ଦର୍ଶନ ପାଇଁ ଅଯୋଧ୍ୟାରେ ଭିଢ କରୁଛନ୍ତି ଏବଂ ଭକ୍ତଙ୍କ କ୍ରମାଗତ ଆଗମନ ଜାରି ରହିଛି। ଜିଲ୍ଲା ପ୍ରଶାସନ ଭକ୍ତମାନଙ୍କୁ ୧୦ରୁ ୧୫ ଦିନ ପରେ ଅଯୋଧ୍ୟାକୁ ଆସି ରାମଲାଲାଙ୍କ ଦର୍ଶନ କରିବାକୁ ନିବେଦନ କରିଛି। ସୂଚନାଯୋଗ୍ୟ ଯେ ୮ହଜାରରୁ ଅଧିକ ପୁଲିସ ସୁରକ୍ଷା ଉପରେ ନଜର ରଖିଛନ୍ତି । ପୁଲିସ ମହାନିର୍ଦ୍ଦେଶ କହିଛନ୍ତି ପ୍ରଶାନ୍ତ କୁମାର ଏବଂ ମୁଖ୍ୟ ଶାସନ ସଚିବ ସଞ୍ଜୟ ପ୍ରସାଦ ମଧ୍ୟ ଅଯୋଧ୍ୟାରେ ରହି ସୁରକ୍ଷା ବ୍ୟବସ୍ଥାର ଯାଂଚ କରୁଛନ୍ତି ।
Powered by Froala Editor