ଆଜି ଉଦଘାଟନ ହେବ ସତ୍ୟବାଦୀ ଓଡିଆ ବିଶ୍ବ ବିଦ୍ୟାଳୟର ନୁଆ ବିଲଡିଂ

ସାକ୍ଷୀଗୋପାଳ: କୋଟି କୋଟି ଓଡିଆଙ୍କର ସ୍ବପ୍ନ ପୁରା ହେବାକୁ ଯାଉଛି। ବୁଧବାର ସତ୍ୟବାଦୀ ଓଡିଆ ବିଶ୍ବ ବିଦ୍ୟାଳୟର ନୁଆ ବିଲଡିଂ ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିବେ। ପଞ୍ଚସଖା ଖେଳ ପଡିଆରେ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ପ୍ରାୟ ୯ ଏକର ଜାଗାରେ ଏହି ବିଶ୍ବ ବିଦ୍ୟାଳୟ ନିର୍ମାଣ ହୋଇଛି। ୨୦୧୯ ମସିହା ଅକ୍ଟୋବର ୯ ତାରିଖରେ ମୁଖ୍ନ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ । ସୁନ୍ଦର ଆଲୋକୀକରଣ , ସୁନ୍ଦର ପରିବେଶ ସହ ଓଡିଆ ଭାଷା ବିକାଶର ଗାଥାକୁ ଏହି ବିଶ୍ବ ବିଦ୍ୟାଳୟର କାନ୍ଥ ବାଡରେ ଲିପିବଦ୍ଧ କରାଯାଇଛି। ଓଡିଆ ବିଶ୍ବ ବିଦ୍ୟାଳୟର ଗାଥା ଓଡିଆ ଇତିହାସରେ ଲିପିବଦ୍ଧ ହୋଇ ରହିବ। ଲୋକାର୍ପଣ ପରେ ଆସନ୍ତା ଫେବୃଆରୀ ଦ୍ବିତୀୟ ସପ୍ତାହରୁ ନିଜସ୍ବ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାନେ ପାଠ ପଢିବେ। ଫେବୃଆରୀ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ଏହାପରେ ଶିକ୍ଷାର୍ଥୀମାନେ କ୍ୟାମ୍ପସରେ ପ୍ରବେଶ କରିବେ। ତେବେ ନୁଆ ବିଲ୍ଡିଂରେ ଅତ୍ୟାଧୁନିକ କ୍ଲାସ ରୁମ୍ , କ୍ୟାଣ୍ଟିନ୍, ସୁଇମିଂ ପୁଲ ଆଦିର ବ୍ୟବସ୍ଥା କରାଯାଇଛି।
Powered by Froala Editor