ମେ' ମାସରୁ ଭବ୍ୟ ମସଜିଦର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ
୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ଏହି ଭବ୍ୟ ଉତ୍ସବକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏବେ ମସଜିଦ ନିର୍ମାଣ କରିବାକୁ ନେଇ ତାରିଖ ଘୋଷଣା ହୋଇଛି । ଇଣ୍ଡୋ ଇସ୍ଲାମିକ କଲ୍ଚରାଲ ଫାଉଣ୍ଡେସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଚଳିତ ବର୍ଷ ଚଳିତ ବର୍ଷ ମେ' ମାସରୁ ଭବ୍ୟ ମସଜିଦର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
ସୂଚନା ମୁତାବକ ମସଜିଦ ପ୍ରୋଜେକ୍ଟ ଦାୟିତ୍ୱରେ ଥିବା ଇସ୍ଲାମିକ କଲ୍ଚରାଲ ଫାଉଣ୍ଡେସନର ମୁଖ୍ୟ ହାଜି ଆରାଫତ୍ ଶେଖ୍ଙ୍କ ମୁତାବକ ମସଜିଦ ନିର୍ମାଣ ପାଇଁ ଫଣ୍ଡ୍ ଜୁଟାଇବା ପାଇଁ ଏକ କ୍ରାଉଡ ଫଣ୍ଡି ୱେବସାଇଟ୍ର ସ୍ଥାପନା କରାଯିବ । ଏହି ମସଜିଦ ମହମ୍ମଦଙ୍କ ନାମରେ ମସ୍ଜିଦ ମହମ୍ମଦ ବିନ୍ ଅବଦୁଲ୍ଲା ରଖାଯିବ । ନିର୍ମାଣ କାର୍ଯ୍ୟ ପୂରଣ ହେବାକୁ ତିନିରୁ ଚାରି ବର୍ଷ ସମୟ ଲାଗିବ ।
ଆରାଫତ କହଛନ୍ତି, "ଆମ ଉଦ୍ଦେଶ୍ୟ ଲୋକଙ୍କ ମଧ୍ୟରେ ଶତୃତା ଶେଷ କରିବା । ପରସ୍ପର ପ୍ରତି ସୌହାର୍ଦ୍ଦ୍ୟ ଭାବ ରକ୍ଷା କରିବା ଆମ ଉଦ୍ଦେଶ୍ୟ । ଆପଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନନ୍ତୁ କି ନମାନନ୍ତୁ । କିନ୍ତୁ ପରବର୍ତ୍ତୀ ପିଢ଼ୀକୁ ଶିକ୍ଷଣୀୟ କଥା ଶିଖାଇବାକୁ ହେଲ ଆମକୁ ଏହି ଶତୃତା ଶେଷ କରିବାକୁ ପଡ଼ିବ ।"
Powered by Froala Editor