୧୫ ଲକ୍ଷରେ ବଜ୍ରକାପ୍ତା ଡିଲ୍

ବଜ୍ରକାପ୍ତା ଚାଲାଣ ବେଳେ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବି.ସିଂପୁର ଥାନା ଅଧୀନ କେନ୍ଦୁଗୁଡା ଗାଁର ଅରୁଣ ମୁଦୁଲିଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ଜୀବନ୍ତ ବଜ୍ରକାପ୍ତା, ଗୋଟିଏ ବାଇକ୍ ଓ ମୋବାଇଲ ଫୋନ ଜବତ କରାଯାଇଛି।
ବଜ୍ରକାପ୍ତା ଚାଲାଣ ନେଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା ଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର, ରାଇଘର ଓ କୋଡ଼ିଙ୍ଗା ବନାଞ୍ଚଳ ଅଧିକାରୀମାନେ ବି.ମଳିଗୁଡା ନିକଟରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ତେବେ ଅନ୍ୟ ଜଣେ ସେଠାରୁ ଚମ୍ପଟ ମାରିଥିଲା। ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟି ପ୍ରାୟ ୧୦ କେଜି ବନ ଖଣ୍ଡ ଅଧିକାରୀ କହିଛନ୍ତି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଉଦ୍ଧାର ହୋଇଥିବା ବଜ୍ରକାପ୍ତାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।
ସପ୍ତାହ ଭିତରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ଗତ ୧୪ ତାରିଖ କୋଡ଼ିଙ୍ଗା ରେଞ୍ଜ ଅଂଚଳରେ ବଜ୍ରକାପ୍ତା ଡିଲ୍ ବେଳେ ମାଡ଼ି ବସିଥିଲା ବନ ବିଭାଗ। ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବନ ବିଭାଗ।
Powered by Froala Editor