୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ବିକ୍ରମ ଆରୁଖ
ଭୁବନେଶ୍ୱର: ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । କାମଚଳା ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଫେବୃଆରୀ ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ ଅଧିବେଶନ । ଷୋଡଶ ବିଧାନସଭାର ଏହା ଶେଷ ଅଧିବେଶନ ।
ଫେବୃଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ରଖିବେ ଅଭିଭାଷଣ । ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ଯେହେତୁ ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତାପୂର୍ବରୁ କାମଚଳା ବଜେଟ ଆଗତ କରିବେ ସରକାର । ସେହିଦିନ ଲେଖାନୁଦାନ ପାଇଁ ବି ପ୍ରସ୍ତାବ ଆସିବ । ୯ ତାରିଖରେ ଲେଖାନୁଦାନ ବ୍ୟୟ ମଞ୍ଜୁରୀ ବିଲ୍ ଗୃହରେ ପାରିତ ହେବ।
ତେବେ ଏହି ଅଧିବେଶନଟି ଉଭୟ ଶାସକ ଏବଂ ବିରୋଧୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଗକୁ ନିର୍ବାଚନ ଥିବାରୁ ଉଭୟ ଉଭୟଙ୍କୁ ବିଧାନସଭାରେ ଘେରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବେ । ଶେଷରେ ଅଧିବେଶନ ଶେଷ ଦିନ ସମସ୍ତ ବିଧାୟକଙ୍କର ଫଟୋ ସେସନ୍ କରାଯିବାର କାର୍ୟ୍ୟକ୍ରମ ରହିଛି ।
Powered by Froala Editor