ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ, କୋଚିଂ ସେଣ୍ଟରରେ ଟଳିପଡ଼ିଲେ ଛାତ୍ର

ମଧ୍ୟପ୍ରଦେଶ ଲୋକସେବା ଆୟୋଗ (ଏମପିପିଏସସି) ପାଇଁ ପ୍ରସ୍ତୁତି କରୁଥିବା ଜଣେ ଛାତ୍ରଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ରାଜା ଲୋଧି ବୋଲି ଜଣାପଡ଼ିଥିବା ବେଳେ ସେ ସାଗରର ବାସିନ୍ଦା ଥିଲେ। ଇନ୍ଦୋରରେ ଘଟିଛି ଏହି ଘଟଣା। ଅନ୍ୟ ପିଲାଙ୍କ ସହ ବସି କୋଚିଂ ନେଉଥିବା ବେଳେ ହଠାତ୍ ହୃଦଘାତ ହେବାରୁ ଟଳି ପଡ଼ିଥିଲେ ଯୁବକ। ଏହା ରାଜାର ପରିବାର ଓ ସହପାଠୀ ତଥା ଶିକ୍ଷକମାନଙ୍କ ମଧ୍ୟରେ ଗଭୀର ଉଦବେଗ ସୃଷ୍ଟି କରିଛି।
ଘଟଣାଦିନ ରାଜା ଅନ୍ୟମାନଙ୍କ ସହିତ ମିଶି କୋଚିଂ କ୍ଲାସ୍ରେ ଥିଲେ। ଶିକ୍ଷକ ପଢ଼ାଉଥିଲେ। ହଠାତ ତାଙ୍କର ଛାତିରେ ସାମାନ୍ୟ ଯନ୍ତ୍ରଣା ହେଲା। ସେ ଛାତିକୁ ଚାପି ବସି ରହିଲେ। ମାତ୍ର, କିଛି ସମୟ ମଧ୍ୟରେ ଯନ୍ତ୍ରଣା ବଢ଼ିଲା। ସେ ଟେବ୍ଲ ଉପରେ ମୁହଁ ମାଡ଼ିଦେଲେ। ପାଖରେ ବସିଥିବା ସହପାଠୀ ତାଙ୍କୁ ଉଠାଇବାକୁ ଚେଷ୍ଟା କଲେ। ତା’ପରେ ଚାରି ପାଖରେ ବସିଥିବା ଅନ୍ୟ କିଛି ପିଲା ତାଙ୍କୁ ସହାୟତା କରିବାକୁ ଚେଷ୍ଟା କଲେ। ଏହା ପରେ ପିଲାମାନେ ତାଙ୍କୁ ପାଖ ଡାକ୍ତରଖାନାକୁ ନେଇଯାଇଥିଲେ। ମାତ୍ର, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ଲାସ୍ରୁମ୍ରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ ରେକର୍ଡ଼ ହୋଇଛି।
Powered by Froala Editor