ଆଜିଠୁ ୧୧ ଦିନ ଯାଏଁ ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା
ବରଗଡ଼ : ଆଜିଠୁ ବରଗଡ଼ ଧନୁଯାତ୍ରା । ୧୧ ଦିନ ବ୍ୟାପି ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ପ୍ରତିଟି ବରଗଡ଼ବାସୀ ପାଲଟିଯିବେ ଦ୍ବାପର ଯୁଗର ଜଣେ ଜଣେ ନାଗରିକ । ବରଗଡ ସହର ମଥୁରା କଟକରେ ରୂପାନ୍ତର ହେବାକୁ ଥିବା ବେଳେ ଅମ୍ବାପାଲି ପାଲଟିଯିବ ଗୋପପୁର । ମଥୁରା ଓ ଗାପପୁର ମଝିରେ ପ୍ରବାହିତ ଜୀରାନଦୀ ଯମୁନା ନଦୀରେ ରୂପାନ୍ତର ହୋଇଯିବ । ଉଭୟ ଜନପଦବାସୀ ହୋଇଯିବେ ମଥୁରା ଓ ଗୋପପୁରବାସୀ ।
ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଉଦଘାଟନ କରିବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ବେଦେଶ ଆଚାର୍ୟ୍ୟ । ଆଜିଠୁ ମଥୁରାନଗରୀରେ ଆରମ୍ଭ ହେବ ମହାରାଜ କଂସଙ୍କ ରାଜୁତି। ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ମହାରାଜ କଂସ। ଏଗାର ଦିନର ଯାତ୍ରାରେ ସେ ମହାନାୟକ, ସର୍ବେସର୍ବା ।
ତେବେ ଚଳିତ ବର୍ଷ ଧନୁଯାତ୍ରାରେ ଏକାଦଶ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ। ବରଗଡ଼ ଧନୁଯାତ୍ରା ୭୬ ବର୍ଷରେ ପଦାର୍ପଣ କରିଥିବା ବେଳେ ୧୧ ଥର ପାଇଁ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ ।
Powered by Froala Editor