ଅମାନିଆ ଦୋକାନକୁ ସିଲ୍ କଲା କମିଶନରେଟ୍ ପୋଲିସ
ଭୁବନେଶ୍ଵର : କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଲକଡାଉନ୍ ସଟଡାଉନ୍ ଭଳି କଟକଣା ଲାଗୁ କରିଛନ୍ତି ସରକାର। ହେଲେ ଏହାକୁ ବେଖାତିର କରୁଛନ୍ତି କିଛି ଅମାନିଆ। ଲକଡାଉନ୍ ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହୁଥିବା ବେଳେ କେବଳ ୧୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଛି। ହେଲେ କିଛି ଅମାନିଆ ଲୁଚିଛପି ବେପାର କରୁଛନ୍ତି। ରାଜଧାନୀରେ ଏଭଳି ଅମାନିଆ ଦୋକାନକୁ ସିଲ୍ କରିଛି କମିଶନରେଟ୍ ପୋଲିସ।
ଭୁବନେଶ୍ଵରର ଝାରପଡା ଛକରେ ଥିବା ସଗୁନ ଲୁଗା ଦୋକାନରେ ପୋଲିସ ଚଢଉ କରିଛି। କୋଭିଡ୍ ନିୟମ ନମାନି ବିକ୍ରି କରୁଥିବା ବେଳେ ପୋଲିସକୁ ସୂଚନା ମିଳିଥିଲା । ଫଳରେ କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଲୁଗା ଦୋକାନକୁ ୨ ଲକ୍ଷ ଟଙ୍କା ଜରିମାନା କରିଛି କମିଶନରେଟ୍ ପୋଲିସ। ଦୋକାନ ମାଲିକଙ୍କ ସହ ଗ୍ରାହକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।
Powered by Froala Editor