ବର୍ଷ ଆରମ୍ଭରୁ ମହଙ୍ଗା ମାଡ଼ : ଧାରାବାହିକ କିମ୍ବା ରିୟାଲିଟି ସୋ ପାଇଁ ଅଧିକ ରିଚାର୍ଜ
ନୂଆବର୍ଷରେ ଟିଭି ଦେଖିବା ହେବ ମହଙ୍ଗା । ଧାରାବାହିକ ସହ ରିୟାଲିଟି ସୋ ଦେଖିବାକୁ ଟିଭି ଅପରେଟର ସହ ଅଧିକ ଟଙ୍କା ରିଚାର୍ଜ କରିବାକୁ ପଡିବ । କାରଣ ଜି ଏଣ୍ଟରଟେନମେଣ୍ଟ, ଭାୟାକମ୍ ୧୮ ଏବଂ ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି କରିଛନ୍ତି।
ଭାୟକମ୍ ୧୮ ଏବଂ ନେଟୱାର୍କ ୧୮ ର ଡିଷ୍ଟ୍ରିବ୍ୟୁସନ ବିଭାଗ ଏହାର ଚ୍ୟାନେଲଗୁଡିକର ଦରକୁ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଯେତେବେଳେ କି ଜି ଏଣ୍ଟରଟେନମେଣ୍ଟ ଚ୍ୟାନେଲଗୁଡିକର ମୂଲ୍ୟ ୯ ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛି। ସୋନି ଚ୍ୟାନେଲ ମୂଲ୍ୟକୁ ୯ ରୁ ୧୦ ପ୍ରତିଶତ ବୃଦ୍ଧି କରିଛି। ଏହି ଘୋଷଣା ପରେ, ବର୍ତ୍ତମାନ ଗ୍ରାହକମାନଙ୍କୁ ସେମାନଙ୍କର ପ୍ରିୟ ଚ୍ୟାନେଲ ଦେଖିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଯେତେବେଳେ କି ଡ଼ିଜିନି ଷ୍ଟାର ବୃଦ୍ଧି ବିଷୟରେ ସୂଚନା ଦେଇନାହିଁ।
ପ୍ରସାରଣକାରୀମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ବର୍ଦ୍ଧିତ ହାର ଫେବୃଆରୀ ୧, ୨୦୨୪ ରୁ କାର୍ଯ୍ୟକାରୀ ହେବ। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ, ପ୍ରସାରଣକାରୀମାନେ ଘୋଷଣା ହେବାର ୩୦ ଦିନ ପରେ ହିଁ ନୂତନ ହାର କାର୍ୟ୍ୟକାରୀ କରିପାରିବେ।
Powered by Froala Editor