ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ହିତ ଦୃଷ୍ଟିରୁ ଆଜି ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ବିଜେପି। । ଦଳ ପକ୍ଷରୁ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
କଳାହାଣ୍ଡି ଜିଲ୍ଲାରେ ମଣ୍ଡିରେ ଚାଷୀ ସମସ୍ୟା, ଧାନ କଟନି ଛଟନି, କପାର ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।ଏହି ସବୁ ସମସ୍ୟାର ସମାଧାନ ଦାବିରେ ପୂର୍ବରୁ ବିଜେପି ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍, ଆର୍ ଆଇ ଅଫିସ ଘେରାଉ କରାଯାଇଥିଲା। ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ଆଜି ବନ୍ଦ ପାଳନ କରାଯାଉଥିବା ବିଜେପି କହିଛି।ବନ୍ଦ ଯୋଗୁ ଆଜି ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ଦୋକାନ ବଜାର ବନ୍ଦ ରହିଛି। ତେବେ ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ପ୍ରାଥମିକତା ଭିତ୍ତିରେ ଆମ୍ବୁଲାନ୍ସକୁ ଛାଡ଼ି ଦିଆଯାଉଛି।
Powered by Froala Editor