୨ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଯିବେ ପାଣ୍ଡିଆନ୍
ରାଉରକେଲା : ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଯିବେ ଫାଇଭ୍ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଲୋକଙ୍କ ସମସ୍ୟା ଶୁଣିବା, ମିଶନ ଶକ୍ତି ସଂୟ ସହାୟିକା ଗୋଷ୍ଠୀର ସଦସ୍ୟଙ୍କ ସହ କରିବେ ଆଲୋଚନା । ଏହାସହ ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଚାଲିଥିବା ଲୋକାଭିମୁଖୀ ଯୋଜନାର କରିବେ ସମୀକ୍ଷା ।
ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଗୁରୁବାର ଦିନ ୨ଟା ୧୦ ମିନିଟ୍ରେ ସୁନ୍ଦରଗଡ଼ କିରେଇର ପହଞ୍ଚିବେ ଭି.କେ ପାଣ୍ଡିଆନ୍ । କିରେଇ ପଡିଆରେ ଏକ ସାଧାରଣ ସଭାରେ ଯୋଗ ଦେଇ ଲୋକଙ୍କ ସମସ୍ୟା ସହ ମିଶନ ଶକ୍ତି ସ୍ୱଂୟ ସହାୟିକା ସଦସ୍ୟାଙ୍କ ସହ କରିବେ ଆଲୋଚନା । ସେଠାରେ ଯାଇ ଅପରାହ୍ନ ୩.୨୫ ମିନିଟ୍ରେ ବାଲିଶଙ୍କରା ବ୍ଲକ ରାଜା ବଙ୍ଗଳା ପଡିଆରେ ଅବତରଣ କରିବେ । ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ସୁନ୍ଦରଗଡ଼ ଫେରିଆସିବେ । ଆଉ ସୁନ୍ଦରଗଡ଼ ସର୍କିଟ ହାଉସରେ ରାତ୍ରୀ ଯାପନ କରିବେ ।
ତାପର ଦିନ ସକାଳ ୧୦.୩୦ ମିନିଟ୍ରେ ସୁନ୍ଦରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଦର୍ଶନ କରିବେ । ଏହାପରେ ୧୧.୦୮ ମିନିଟ୍ରେ ରାଜଗାଙ୍ଗପୁର ଜାମପାଲି ଷ୍ଟାଡିୟମରେ ଏକ ସାଧାରାଣ ସଭାରେ ଯୋଗ ଦେବେ । ସେଠାରୁ ୧୧.୫୩ ମିନିଟ୍ରେ ନୂଆଗାଁ ବ୍ଲକ ପୁରୁଣାପାଣି ସେଲ୍ ହକି ପଡିଆରେ ଏକ ସାଧାରଣ ସଭାରେ ଯୋଗଦେବେ । ଦିନ ଗୋଟାଏରେ ବଣେଇ ହାଇସ୍କୁଲ ପଡିଆରେ ଆୟୋଜିତ ସାଧାରଣ ସଭାରେ ବି ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଏହାପରେ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରି ଭୁବନେଶ୍ୱର ଫେରିଯିବାର କାର୍ୟ୍ୟକ୍ରମ ରହିଛି ।
Powered by Froala Editor