ପୁଣି ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା
ଚିଲିକା: ଚିଲିକା ମଝିରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ମୋଟର ଖରାପ ହେବା ଯୋଗୁଁ ଡଙ୍ଗାଟି ଅଟକି ରହିଥିବା ସୂଚନା ମିଳିଛି । ଡଙ୍ଗାରେ ୨୫ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ ରହିଛି ।
ସାଢ଼େ ୧୦ଟା ବେଳେ ସାତପଡ଼ାରୁ ଯାତ୍ରୀଙ୍କୁ ନେଇ ଚିଲିକା ଦେଇ ଜହ୍ନିକୁଦା ଘାଟକୁ ଯାଉଥିବା ଯାତ୍ରୀବାହୀ ଡଙ୍ଗା । ମଏଁସା ଗାଁ ନିକଟ ଚିଲିକା ମଝିରେ ଅଟକି ରହିଛି ଡଙ୍ଗା । ଉଦ୍ଧାର କରିବାକୁ ଯାତ୍ରୀ ନିବେଦନ କରିଛନ୍ତି ।
ଡିସେମ୍ବର ୨୦ ତାରିଖ ଦିନ ଚିଲିକା ମଝିରେ ଅଟକିଥିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାଟି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ଜହ୍ନିକୁଦା ଘାଟରୁ ସାତପଡା ଘାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକି ଯାଇଛି । ଏହି ଡଙ୍ଗାରେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ୪୦ ରୁ ଉର୍ଦ୍ଧ୍ବ ଗାଡି-ମୋଟର ଓ ସାଇକେଲ ଥିବା ଜଣାପଡିଥିଲା । ଏହାପରେ ଅନ୍ୟ ଏକ ଡଙ୍ଗା ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।
Powered by Froala Editor