ବଲାଙ୍ଗିରବାସୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି
ବଲାଙ୍ଗୀର : ବୁଧବାର ବଲାଙ୍ଗିରବାସୀଙ୍କୁ ଦେବେ ନୂଆବର୍ଷ ଭେଟି । ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୨ ହଜାର ୭୨୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଲୋୟର ସୁକତେଲ ପ୍ରକଳ୍ପ ସହ ୨୫ଶହ କୋଟି ଟଙ୍କାର ଅନ୍ୟ ପ୍ରକଳ୍ପ ଗୁଡ଼ିକର ଉଦଘାଟନ ଓ ଶିଳାନ୍ୟାସ କରିବେ ।
ବୁଧବାର ଦିନ ୧୧ଟା ୨୫ରେ ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରିପ୍ ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସିଧା ଲୋୟର ସୁକତେଲ ପ୍ରକଳ୍ପର କଣ୍ଟ୍ରୋଲ ରୁମକୁ ଯାଇ ପ୍ରକଳ୍ପ କାର୍ୟ୍ୟକାରୀତାର ଡେମୋ ଦେଖିବେ। ୧୧ଟା ୫୦ ମିନିଟ୍ ସମୟରେ ସେଠାରେ ଆୟୋଜିତ ସମାବେଶସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ। ସେଠାରେ ଲୋୟର ସୁକତେଲ ପ୍ରକଳ୍ପ ସହ ଅନ୍ୟ ପ୍ରକଳ୍ପର ଉଦ୍ଘାଟନ କରିବେ ନବୀନ । ଏଥି ସହ ବିଶାଳ ଜନମାବେଶକୁ ସମ୍ବୋଧିତ କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୨୦ହଜାର ଲୋକଙ୍କ ସମାବେଶକୁ ନଜରରେ ରଖି ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
Powered by Froala Editor