ଯୁବକଙ୍କ ତଣ୍ଟି କାଟି ଲୁଟିନେଲେ ଟଙ୍କା
ଭୁବନେଶ୍ୱର : ତଣ୍ଟି କାଟି ଟଙ୍କା ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱରର ଡମଣାରେ ଘଟିଛି। ଯୁବକଙ୍କ ତଣ୍ଟି କାଟି ୬ ହଜାର ଟଙ୍କା ଲୁଟ୍ ହୋଇଛି। ଦୋକାନ ଯିବା ପାଇଁ ବାହାରିଥିବା ବେଳେ ଘର ଆଗରେ ଲୁଟ୍ ହୋଇଛି। ଆହତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor