ଉପବାସ କରୁଥିଲେ ହୋଇଯାଆନ୍ତୁ ସାବଧାନ!

ଓଡ଼ିଆରେ ବାର ମାସରେ ତେର ପର୍ବ ପଡେ଼ । ଆମ ଓଡ଼ିଆଣୀ ବୋହୂ ଓ ଝିଅମାନେ ପରିବାର ଲୋକଙ୍କ ହିତ ସାଧନ ପାଇଁ ଏହି ବ୍ରତ ଉପବାସ କରିଥାନ୍ତି । ଆଉ କିଛି ଦିନରେ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇଯିବ । ଯେଉଁଥିରେ ୯ ଦିନ ଉପବାସ କରାଯାଇଥାଏ । ବହୁତ ଲୋକ ଏହି ୯ ଦିନ ଉପବାସରେ କିଛି ନା କିଛି ଖାଦ୍ୟ ଗ୍ରହଣ କରିଥାନ୍ତି । ଆଉ କିଛି ଲୋକ ଏହି ସମୟରେ ସମ୍ପୂର୍ଣ୍ଣ ଉପବାସ କରିଥାନ୍ତି । ତେବେ ଏହା କରିବା କେତେ ଭଲ ତାହା ଜାଣିବା ।
ବିଶେଷଜ୍ଞଙ୍କ ମତରେ ବ୍ରତ ଉପବାସ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ବ୍ରତ ସମୟରେ ବହୁ ଲୋକ ଘଣ୍ଟା ଘଣ୍ଟା ଧରି ଖାଲି ପେଟରେ ରହିଥାନ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ ଆଦୌ ଠିକ ନୁହେଁ । ତାଛଡ଼ା ଉପବାସ ପରେ ତାଙ୍କୁ ଜୋରରେ ଖୋକ ଲାଗିଥାଏ । ଫଳରେ ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ଗ୍ରହଣ କରିନେଇଥାନ୍ତି । ଏହି ସମୟରେ ଇନସୁଲିନ ଅଧିକ କ୍ଷରଣ ହୋଇଥାଏ । ଫଳରେ ଶରୀରରେ କ୍ୟାଲୋରୀ ବଢ଼ିବାରେ ଲାଗିଥାଏ । ଯଦ୍ୱାରା ଅଧିକ ବ୍ରତ କରୁଥିବା ଲୋକ ମୋଟାପଣର ଶିକାର ହୋଇଥାନ୍ତି । କିନ୍ତୁ ସେ ଚିନ୍ତାରେ ଥାନ୍ତି କି ଏତେ ବ୍ରତ ଉପାସ କଲା ପରେ ବି କାହିଁକି ତାଙ୍କର ଓଜନ କମ ହେଉନାହିଁ । ସେ ଜାଣି ନଥାନ୍ତି ବ୍ରତ ଉପାସ କଲେ ଓଜନ କମ୍ ହେବା ପରିବର୍ତ୍ତେ ବଢ଼ିଥାଏ । ଉପବାସ ସମୟରେ ଶରୀରରେ ମେଟାବଲିକ ରେଟ କମ ହୋଇଯାଏ । ଫଳରେ ଶରୀରରେ କ୍ୟାଲୋରୀ କମ୍ ହେବା ପରିବର୍ତ୍ତ ତାହା ଶରୀରରେ ଜମା ହୋଇ ରହେ । ଯାହା ମୋଟାପଣର କାରଣ ହୋଇଥାଏ । ଉପବାସ କାରଣରୁ ଏସିଡିଟି ଓ ଗ୍ୟାସ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏହା ସତ ଉପବାସ ରହିଲେ ପାଚନ ତନ୍ତ୍ରକୁ ଆରାମ ମିଳେ । କିନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ଉପାସ ରହିବା ପରିବର୍ତ୍ତେ ଅଳ୍ପ ଅଳ୍ପ ଆହାର ମଝିରେ ମଝିରେ ସେବନ କରିବା ଉଚିତ । ବ୍ରତ ସମୟରେ ଗରିଷ୍ଠ ଆହାର ପରିବର୍ତ୍ତେ ସ୍ୱଳ୍ପ ଆହାର ଗ୍ରହଣ କରିବା ଦରକାର ।
ବ୍ରତ କରୁଥିଲେ ଏହି ଦିଗ ପ୍ରତି ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ
- ବ୍ରତର କୁପରିଣାମରୁ ବଞ୍ଚôବା ପାଇଁ ଉପବାସ ସମୟରେ ଲେମ୍ବୁ ପାଣି, ସପୁରୀ ଜୁସ, ପଇଡ଼ ପାଣି, ଭିଟାମିନ ଏରେ ଭରପୁର ଫଳ ଆହାର କରିବା ଉଚିତ ।
- ବ୍ରତ ସମୟରେ ଚା’, କଫି କିମ୍ବ ମିଠା ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରହିବା ଭଏ ।
- କିଡନୀ, ହାର୍ଟ, କିମ୍ବ ଲଙ୍ଗସ ସମସ୍ୟା ଥିଲେ ବ୍ରତ ନକରିବା ଭଲ । ଯଦି କରିବାକୁ ଚାହୁଁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ଉଚିତ ।
- ଗର୍ଭବର୍ତ୍ତି ଓ ସ୍ତନ୍ୟପାନ କରୁଥିବା ମହିଳା ଆଳୁ, ଖିରୀ, ସାଗୁ, ପକୋଡ଼ା ପରି ହେବି ଖାଦ୍ୟ ଠାରୁ ଦୂରେଇ ରହିବା ଭଲ । ଏପରି ଖାଦ୍ୟ ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ ।
Powered by Froala Editor