ରିଫାଇନ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଖୋର୍ଦ୍ଧା: ତେଲ କାରଖାନାରେ ଲାଗିଲା ନିଆଁ । ରିଫାଇନ ତେଲ କାରଖାନାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ବାଘମାରୀ ଥାନା ସାରୁଅ ଶିଳ୍ପାଞ୍ଚଳରେ ଥିବା କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି ।
ଏନେଇ ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ଜଣାଯାଇଛି । ଖବର ଲେଖାସୁଦ୍ଧା ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି ।
ଆଜି ଉକ୍ତ ଫ୍ୟାକ୍ଟ୍ରିରେ କର୍ମଚାରୀ କାମରେ ନିୟୋଜିତ ଥିଲେ। ଉକ୍ତ ସମୟରେଗୋଦାମ ଓ ଅଫିସ ରୁମ୍ରେ ପ୍ରବଳ ଧୂଆଁ ବାହାରିଥିଲା। ଏହାଦେଖି ଛାନିଆ ହୋଇ ସବୁ କର୍ମଚାରୀ ବାହାରକୁ ଚାଲି ଆସିଥିଲେ। ଖବର ପାଇ ତୁରନ୍ତ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାରେ ନିୟୋଜିତ ଅଛନ୍ତି। ରିପୋର୍ଟ ଲେଖା ହେବା ପର୍ୟ୍ୟନ୍ତ ନିଆଁ ସମ୍ପୂର୍ଣ୍ଣ ଲିଭି ନ ଥିବା ଜଣାଯାଇଛି। ଏଥିରେ କୌଣସି ଜୀବନ ହାନୀ ହୋଇ ନ ଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ଜଣାଯାଇଛି।
Powered by Froala Editor