ରାଜ୍ୟରେ ଭୟାବହ ସ୍ଥିତି ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଲଗାତାର ୪ର୍ଥ ଦିନରେ ଚିହ୍ନଟ ହେଲେ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଜିଟିଭ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏନେଇ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି, "ରାଜ୍ୟରେ କୋଭିଡ ଟେଷ୍ଟିଂ ବଢାଯାଇଛି । ବୁଧବାର ୬୯୦ ଟେଷ୍ଟ ହୋଇଥିବା ବେଳେ ସେଥିରୁ ୩୭୮ ଆରଟିପିସିଆର କରାଯାଇଥିଲା । ତେବେ ଏହି ଟେଷ୍ଟିଂରୁ ୩ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୮ଟି ଆକ୍ଟିଭ କେସ ରହିଛି । ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି । ମେଡିକାଲରେ କେହି ନାହାଁନ୍ତି ତେଣୁ ଆତଙ୍କିତ ହୁଅନ୍ତୁ ନାହିଁ । ରାଜ୍ୟରେ ଭୟାବହ ସ୍ଥିତି ନାହିଁ । ସଂକ୍ରମିତଙ୍କ ଠାରେ କୌଣସି ଗମ୍ଭୀର ଲକ୍ଷଣ ମଧ୍ୟ ଦୃଷ୍ଟିଗୋଚର ହୋଇନାହିଁ ।"
ସୂଚନା ଅନୁଯାୟୀ, ଓଡିଶାରେ ନାହିଁ ଜେ.ଏନ.୧ ଭାରିଏଣ୍ଟ । ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାରା ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଜେ.ଏନ.୧ ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ । କିନ୍ତୁ ଓଡ଼ିଶାରେ ଏହି ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ସମସ୍ତ ରାଜ୍ୟର ସରକାରଙ୍କୁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏପଟେ କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଚିନ୍ତା ବଢ଼ାଇଛି କୋଭିଡ଼ ଜେ.ଏନ.୧ । ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ କରିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନା କରାଯାଇଛି । ତେବେ ଆବଶ୍ୟକ ପଡିଲେ ରାଜ୍ୟ ମଧ୍ୟ ଗାଇଡଲାଇନ ଜାରି କରିପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
Powered by Froala Editor