ଘରଣୀ ଆପଣାନ୍ତୁ ଏହି ଟିପ୍ସ

କ୍ଷୀରକୁ ଗରମ କରି ଥଣ୍ଡା ହେବା ପରେ ସେଥିରେ ଦୁଇଟି କଞ୍ଚାଲଙ୍କା (ଡେମ୍ଫ ସହ) ପକାନ୍ତୁ । ଏହାକୁ ୧୦ ରୁ ୧୨ ଘଣ୍ଟା ଘୋଡ଼ାଇ ରଖି ଦିଅନ୍ତୁ । ଦେଖିବେ ଦହି ପୂରା ଭଲରେ ଜମାଟ ହୋଇଯିବ ।
ଖାଇବାରେ ଲୁଣ ଅଧିକ ହୋଇଗଲେ ସେଥିରେ ଗୋଟେ ଆଳୁ ଚୋପା ଛଡ଼ାଇ ତରକାରିରେ ପକାଇ ଦିଅନ୍ତୁ । ସେହିପରି ଭଜାରେ ଅଧିକ ଲୁଣ ହେଲେ କିଛି ବେସନ ମିଶାଇ ଦିଅନ୍ତୁ ।
ବଡ଼ି ଅଧିକ ଦିନ ରଖିବା ପାଇଁ ଟିକେ ଭାଜି ଡବାରେ ରଖି ଦିଅନ୍ତୁ ।
ଅଟା ଦଳିବା ସମୟରେ କିିଛି କ୍ଷୀର ପକାଇ ଦଳନ୍ତୁ ରୁଟି ନରମ ହେବ ।
ଭାତ ରାନ୍ଧିବା ବେଳେ ସେଥିରେ କିଛି ବୁନ୍ଦା ଲେମ୍ବୁ ରସ ପକାଇ ଦିଅନ୍ତୁ । ଏହା ଦ୍ୱାରା ଭାତ ଗୋଟା ଗୋଟା ରହିବ ।
ଚା’ ଛାଣି ସାରିବା ପରେ ଚାପତି ନଫୋପାଡ଼ି କାଚ ସଫା ପାଇଁ ବ୍ୟବହାର କରିପାରିବେ ।
ଡ୍ରାଏ ଫୁଡସକୁ ଅଧିକ ଦିନ ରଖିବା ପାଇଁ ଏହାକୁ ପ୍ୟାକେଟରୁ ଖୋଲି ଟାଇଟ ଡବାରେ ପୂରାଇ ଫି୍ରଜରେ ରଖନ୍ତୁ ।
Powered by Froala Editor