ରାଉରକେଲାରେ ନିୟନ୍ତ୍ରଣକୁ ଆସିନି ଡାଇରିଆ, ୨ ମୃତ
ବଲାଙ୍ଗୀର: ରାଉରକେଲାରେ ଏଯାଏଁ ନିୟନ୍ତ୍ରଣକୁ ଆସିନି ଡାଇରିଆ । ଏପଟେ ବଲାଙ୍ଗୀର କଣ୍ଟାବାଞ୍ଝିରେ ଝାଡ଼ାବାନ୍ତି ଚିନ୍ତା ବଢ଼ାଇଲାଣି । ଝାଡ଼ାବାନ୍ତିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଆକ୍ରାନ୍ତ କଣ୍ଟାବାଞ୍ଝିି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କଣ୍ଟାବାଞ୍ଝି ଡାକ୍ତରଖାନାରେ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ପୁଡ଼ାପଦାର ଗାାଁ ମୀରା ସାହୁ ଓ ମାଲିବାହାଲ ଗାଁର ସନ୍ତୋଷ ସାହୁ ।
Powered by Froala Editor