ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୧ରେ ପହଞ୍ଚିଲା

ସଂସଦର ସୁରକ୍ଷା ବିଭ୍ରାଟ ଘଟଣାରେ ପୁଣି ନିଲମ୍ବିତ ହେଲେ ୪୯ ସାଂସଦ। ଏଥିମଧ୍ୟରେ କଂଗ୍ରେସ ଏମପି ଶଶି ଥରୁର, ଏସପି ଏମପି ଡିମ୍ପଲ ଯାଦବ ଏବଂ ଏନସିପି ଏମପି ସୁପ୍ରିୟା ସୁଲେଙ୍କ ନାମ ରହିଛି। କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ପ୍ରସ୍ତାବ କ୍ରମେ ମଙ୍ଗଳବାର ୪୯ ସଦସ୍ୟ ନିଲମ୍ବିତ ହୋଇଛନ୍ତି।
ଚଳିତ ଶୀତ ଅଧିବେଶନରେ ଗୃହରୁ ସର୍ବାଧିକ ସାଂସଦଙ୍କ ନିଲମ୍ବନ କରାଗଲାଣି। ବର୍ତ୍ତମାନ ସୁଦ୍ଧା ଉଭୟ ଗୃହରୁ ୧୪୧ ଜଣ ସାଂସଦ ସସପେଣ୍ଡ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଛି। ସଂସଦ ଭବନ ସୁରକ୍ଷା ତ୍ରୁଟିକୁ ନେଇ ଗୃହରେ ହଙ୍ଗାମା କାରଣରୁ ବିରୋଧୀ ଦଳ ସାଂସଦଙ୍କ ନିଲମ୍ବନ କରାଯାଉଛି।
ଗତ ସପ୍ତାହରେ ପାର୍ଲାମେଣ୍ଟ ସୁରକ୍ଷାରେ ବିଭ୍ରାଟକୁ ନେଇ ବିରୋଧୀ ଏମ୍ପିମାନେ ଗୃହରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ବିବୃତି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ପାର୍ଲାମେଣ୍ଟର ଉଭୟ ଗୃହରୁ ସୋମବାର ୭୮ ବିରୋଧୀ ସଦସ୍ୟଙ୍କୁ ନିଲମ୍ବନ କରାଯାଇଥିଲା। ଗତ ଗୁରୁବାର ମଧ୍ୟ ଅନୁରୂପ କାରଣରୁ ୧୪ ଏମପିଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ଫଳରେ ମଙ୍ଗଳବାର ସୁଦ୍ଧା ଚଳିତ ଅଧିବେଶନରେ ମୋଟ ନିଲମ୍ବିତ ସଦସ୍ୟଙ୍କ ସଂଖ୍ୟା ୧୪୧ ରେ ପହଞ୍ଚିଛି।
Powered by Froala Editor