ଧାନ ମେସିନରେ ପେଶି ହୋଇଗଲେ ଶ୍ରମିକ
ଭଞ୍ଜନଗର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମରେ ଧାନ ମେସିନରେ ପଡି ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅପରାହ୍ନ ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଗାଁର ବୁଲୁ ପାତ୍ର(୩୫) ଧାନ ଅମଳ କରୁଥିବା ସମୟରେ ଧାନ ମେସିନରେ ଛନ୍ଦି ହୋଇଯାଇଥିଲେ। ମେସିନ ଭିତରେ ବୁଲୁଙ୍କ ଶରୀର ପେଶି ହୋଇ ଦୟନୀୟ ଭାବେ ମୃତ୍ୟ ଘଟିଛି।
ଗ୍ରାମର ଧାନ ଅମଳ ଯନ୍ତ୍ର ରଖିଥିବା ମାଲିକଙ୍କ ଖଳାରେ ବୁଲୁ ଶ୍ରମିକ ଭାବେ କାମ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ବୁଲୁ ଧାନ କଲେଇ ହାତରେ ଧରି ମେସିନ ଭିତରେ ଭର୍ତ୍ତି କରିବା ବେଳେ ମେସିନର ପ୍ରେସର୍ ଯନ୍ତ୍ର ଭିତରକୁ ଦୁଇ ହାତ ସହ ସମ୍ପୂର୍ଣ୍ଣ ଶରୀର ପଶିଯାଇଥିଲା। ଏପରି ଭୟାନକ ଦୃଶ୍ୟ ବେଳେ କିଛି ମହିଳା ନିକଟରେ ଠିଆ ହୋଇଥିଲ ମଧ୍ୟ ବୁଲୁଙ୍କୁ ବଞ୍ଚାଇ ପାରିନଥିଲେ। ବୁଲୁ ଯନ୍ତ୍ର ଭିତରେ ଚାପି ହୋଇଯାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor