ଡଙ୍ଗରିଆଙ୍କ ଗାଁରେ ଫଳିବ ଷ୍ଟ୍ରବେରୀ

ଷ୍ଟ୍ରବେରୀ ଚାଷ ସିମଲା, ହିମାଚଳ ପ୍ରଦେଶ ଓ ବାଙ୍ଗଲୋର ଭଳି ଶିତଳ ଜଳବାୟୁରେ ଅଧିକ ପରିମାଣରେ ହୋଇଥାଏ । କିନ୍ତୁ ଓଡିଶାର ଜଳବାୟୁ ମଧ୍ୟ ଷ୍ଟ୍ରବେରୀ ପାଇଁ ଅନୁକୂଳ । ରାୟଗଡା ଜିଲ୍ଲାର ଡ଼ଙ୍ଗରିଆଙ୍କ ଆବାସ ସ୍ଥଳି ନିୟମଗିରି ଭଳି ପାର୍ବତ୍ୟା ଅଂଚଳ ସମୁଦ୍ର ପତନ ଠାରୁ ପ୍ରାୟ ୧୫୦୦ ଫୁଟ ଉଚ୍ଚରେ ରହିଥିବା ବେଳେ ଏଠାକାର ତାପମାତ୍ରା ସର୍ବାଧିକ ୨୦ ଡିଗ୍ରି ରହିଥାଏ । ତେଣୁ ଏହି ତାପମାତ୍ରାରେ ଷ୍ଟ୍ରବେରୀ ଚାଷ ଅତ୍ୟନ୍ତ ଅନୁକୁଳ ରହିଥିବାରୁ ଡଙ୍ଗରିଆଙ୍କୁ ଆର୍ଥୀକ ଓ ଉନ୍ନତ ଜ୍ଞାନ କୌଶଳ ଯୋଗାଇ ଦେଇଛି ଡିକେଡିଏ ଓ ଓପିଲିପି ସଂସ୍ଥା ।
ତେବେ କୁର୍ଲି ଗାଁର ଲାକୁନୁଜା କେସିକା ଦିର୍ଘ ବର୍ଷ ଧରି ପରିବା ଚାଷ ପାଇଁ ୧ ଏକର ପରିମିତ ଏକ ସମତଳ ଜାଗା ନିର୍ମାଣ କରି ପାହାଡ ଉପରେ ଥିବା ଝରଣାରୁ ପାଣି ଆଣି ଜଳସେଚନ କରି ପରିବା ଚାଷ କରୁଥିଲେ । ନିୟମଗିରିର ଅନୁକୁଳ ଜଳବାୟୁ ଷ୍ଟ୍ରବେରୀ ଚାଷ ପାଇଁ ଉପଯୁକ୍ତ ଓ ୧ ଏକର ସମତଳ ଜାଗା ଥିବାରୁ ଲାକୁନୁଜା ପରିକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିଛନ୍ତି ।
୧ ଏକର ଜାଗାରେ ୨୦ ହଜାର ଷ୍ଟ୍ରବେରୀ ଚାରା ଲଗାଯାଇଥିବାବେଳେ ୪୫ ଦିନ ପରେ ଫଳ ଉତ୍ପାଦନ ଆରମ୍ଭ ହେବ । ଯାହାର ଆନୁମାନିକ ମୂଲ୍ୟ ୧୨ ରୁ ୧୫ଲକ୍ଷ ହେବ । ତେଣୁ ସେ ଖୁବ ଆଶାବାଦୀ ଅଛନ୍ତି । ଏଥର ଷ୍ଟ୍ରବେରୀରୁ ଲାଭ ମିଳିଲେ ସେ ଅଧିକ ଚାଷ କରିବେ ବୋଲି କହିଛନ୍ତି । ଏହାସହ ଅନ୍ୟମାନଙ୍କୁ ଏହା ଏକ ପ୍ରେରଣାଦେବ ବୋଲି ସଂସ୍ଥା କର୍ତ୍ତୃପକ୍ଷ କହିଛନ୍ତି ।
Powered by Froala Editor