ହାତୀ ହାବୁଡ଼ରେ ପଡି ଯୁବକ ମୃତ
ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଝିଲିମୁଣ୍ଡା ପଞ୍ଚାୟତ ଝନିଆ ଟିକ୍ରା ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି।ମୃତକ ଯୁବକ ବିଜେପୁର ବ୍ଲକର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଅତାବିର ବ୍ଲକକୁ ଧାନ କାଟିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଶୌଚ ପାଇଁ ଯାଇଥିଲେ ଯୁବକ । ହଠାତ୍ ଏହି ସମୟରେ ହାତୀ ହାବୁଡ଼ରେ ପଡିଯାଇଥିଲେ । ଯାହାଫଳରେ ହାତୀ ଆକ୍ରମଣର ଶୀକାର ହୋଇ ଚାଲିଯାଇଛି ଜୀବନ । ସେପଟେ ଯୁବକଙ୍କ ମୃତ୍ୟୁ ଖବର ଶୁଣି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ ।
Powered by Froala Editor