ବେଙ୍ଗାଲୁରୁ ଦେଶର ‘କେକ୍ କ୍ୟାପିଟାଲ୍’
‘ସ୍ବିଗି’ରେ ୮.୫ ନିୟୁତ ‘କେକ୍’ ବରାଦ ଦେଇଥିବାରୁ ବେଙ୍ଗାଲୁରୁ ସହର ବର୍ଷ ୨୦୨୩ ଲାଗି ଦେଶର ‘କେକ୍ କ୍ୟାପିଟାଲ୍’ ମାନ୍ୟତା ପାଇଛି। ‘କେକ୍’ ଖାଇବାରେ ବେଙ୍ଗାଲୁରୁବାସୀଙ୍କର ଆଗ୍ରହ ରହିଛି। ସଭିଙ୍କର ପ୍ରିୟ ଚକ୍ଲେଟ୍ କେକ୍ ସହିତ ୮.୫ ନିୟୁତ କେକ୍ ବରାଦ ଦେଇ ଏ ସହର ‘କେକ୍ କ୍ୟାପିଟାଲ୍’ର ଟାଇଟଲ ହାସଲ କରିଛି ।
‘ସ୍ବିଗି’ର ୱେବ୍ସାଇଟ୍ରେ ପ୍ରକାଶିତ ‘ବ୍ଲଗ୍ ପୋଷ୍ଟ୍’ ଉଲ୍ଲେଖ ଅଛି ଯେ, ୨୦୨୩ରେ ବେଙ୍ଗାଲୁରୁବାସୀ ୮.୫ ନିୟୁତ ‘କେକ୍’ ବରାଦ ଦେଇଛନ୍ତି। ସେଥିମଧ୍ୟରୁ ସର୍ବାଧିକ ହେଉଛି ଚକ୍ଲେଟ୍ ‘କେକ୍’। ପ୍ରତି ମିନିଟ୍ରେ ଭାରତ ୨୭୧ଟି ‘କେକ୍’ ବରାଦ ଦେଇଥିବାରୁ ୨୦୨୩ ଭାଲେଣ୍ଟାଇନ୍ ଡେ’ରେ ପ୍ରେମ ଓ ପ୍ରଲୋଭନର ଯୋଡ଼ି ଖୁବ୍ ଜମିଥିଲା। ନାଗପୁରର ଜଣେ ବ୍ୟକ୍ତି ଗୋଟିଏ ଦିନରେ ୯୨ଟି ‘କେକ୍’ ପାଇଁ ବରାଦ ଦେଇଥିଲେ।
ଏ ତଥ୍ୟ ଆଶ୍ଚର୍ଯ୍ୟ କଲାଭଳି ହେଲେ ବି ସତ । ଆହୁରି ମଧ୍ୟ କୁହାଯାଇଛି ଯେ, ବେଙ୍ଗାଲୁରରେ କର୍ପୋରେଟ ସେକ୍ଟରରେ ଅଧିକ ଲୋକ କାମ କରନ୍ତି । ତେଣୁ ସେଠାରେ ଛୋଟ ମୋଟ ସେଲିବ୍ରେସନ ପାଇଁ ବି ଅଧିକ କେକ୍ ଅର୍ଡର ଆସୁଛି । ତେଣୁ ବେଙ୍ଗାଲୁର କେକ କ୍ୟାପିଟାଲ ହୋଇଛି ।
Powered by Froala Editor