ସବୁଠି ଅସହ୍ୟ ଥଣ୍ଡା, ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି
ଭୁବନେଶ୍ବର: ସବୁଠି ଅସହ୍ୟ ଥଣ୍ଡାରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରିକୁ ଖସି ଆସିଥିବା କିରେଇ ଓ ଫୁଲବାଣୀରେ ୯ ଡିଗ୍ରି ରହିଥିଲା। ଦାରିଙ୍ଗବାଡ଼ିରେ ୯.୫, କେନ୍ଦୁଝରରେ ୧୦.୨, କୋରାପୁଟରେ ୧୦.୪, ସୁନ୍ଦରଗଡ଼ରେ ୧୦.୬, ସିମିଳିଗୁଡ଼ାରେ ୧୦.୭, ରାଉରକେଲାରେ ୧୧.୯, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୧୨, ତାଳଚେରରେ ୧୩, ଢେଙ୍କାନାଳ ଓ ନବରଙ୍ଗପୁରରେ ୧୩.୬, କେନ୍ଦ୍ରାପଡ଼ାରେ ୧୩.୮, ଜଗତ୍ସିଂହପୁରରେ ୧୩.୯, ନୟାଗଡ଼ ଓ ବୌଦ୍ଧରେ ୧୪ ଓ ସମ୍ବଲପୁରରେ ୧୪.୭ ଡିଗ୍ରି ରେକର୍ଡ କରାଯାଇଛି।
ସେପଟେ ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ପରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି। ଗତ ୫ ଦିନ ହେବ ପ୍ରବଳ ଥଣ୍ଡା ସହ ସକାଳ ୮ଟା ଯାଏ କୁହୁଡି ହେଉଛି। ବିଭିନ୍ନ ଅଞ୍ଚଳ ଘନ କୁହୁଡି ବଳୟରେ ରହିଛି। ୧୦ ମିଟର ପର୍ୟ୍ୟନ୍ତ ରାସ୍ତା ଦେଖାଯାଉ ନାହିଁ। କେତେକ ସ୍ଥାନରେ ଘନ କୁହୁଡି ଯୋଗୁଁ ୧୦ ମିଟର ପର୍ୟ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଉନି। ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବା ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor