କୁକୁର କାମୁଡ଼ା ମାମଲା: ମୃତ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ପୁରୀ ପୌରପାଳିକା
କଟକ: ବୁଲା କୁକୁର କାମୁଡ଼ା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା ଫାଇନ୍ । ବୁଲା କୁକୁର କାମୁଡ଼ାରେ ଶିଶୁର ମୃତ୍ୟୁ ସମ୍ପର୍କିତ ମାମଲା ହାଇକୋର୍ଟରେ ଶୁଣାଣି ହୋଇଥିଲା । ମୃତ ଶିଶୁର ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ୨୦୧୬ ମସିହାରେ ଘଟିଥିଲା ଏହି ଘଟଣା । ପୁରୀ ଜଗନ୍ନାଥ କଲୋନୀରେ ଏକ ୪ ବର୍ଷର ଶିଶୁର ବୁଲା କୁକୁର ଆକ୍ରମଣର ଶୀକାର ହୋଇ ମୃତ୍ୟୁ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ପୁରୀ ଜଗନ୍ନାଥ କଲୋନୀରେ ଜଣେ ଶିଶୁକୁ ଝୁଣି ମାରିଥିଲା କୁକୁର । କୁକୁର କାମୁଡାରେ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଥିଲା । ଏ ନେଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା । ତେବେ ମାମଲାର ଶୁଣାଣି ବେଳେ ପୁରୀ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଜବାବ ରଖିଥିଲେ ଯେ, କ୍ଷତିପୂରଣ ଦେବାର ପ୍ରବଧାନ ମ୍ୟୁନିସିପାଲଟି ଆକ୍ଟରେ ନାହିଁ । କିନ୍ତୁ ଏଭଳି ଘଟଣା ସଂକ୍ରାନ୍ତୀୟ ଏକାଧିକ ମାମଲାର ରାୟକୁ ଆବେଦନକାରୀ କୋର୍ଟରେ ପେସ୍ କରିଥିଲେ । ଯାହାକୁ କୋର୍ଟ ଗ୍ରହଣ କରିବା ସହିତ ପୀଡିତ ପରିବାରକୁ ତୁରନ୍ତ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଳ ଦେଇଛନ୍ତି । ଏହାସହିତ କୁକୁର ବନ୍ଧ୍ୟାକରଣ କାର୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor