ଅଭାବନୀୟ ଘଟଣା:ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ଵାମୀ
ଭବାନୀପାଟଣା : ସଦର ଥାନା ଅନ୍ତର୍ଗତ ଥୁଆପଦର ପଞ୍ଚାୟତର ଗୋଇପିଟା ଗାଁରେ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ବରଣ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ଭୋରରେ ପାରିବାରିକ କଲହରୁ ସେହି ଗାଁର ମୋହନ ବିଶି ନିଜ ସ୍ତ୍ରୀ ମୀନା ବିଶି (୪୭)କୁ ଟାଙ୍ଗିଆରେ ହାଣିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଏ ସଂକ୍ରାନ୍ତରେ ୪୯୫ ନମ୍ବର କେସ ରୁଜୁ କରି ଅଭିଯୁକ୍ତ ସ୍ବାମୀକୁ ଗିରଫ ପରେ ପୁଲିସ ଅଧିକ ତଦନ୍ତ କରୁଛି। ଉଭୟ ମୀନା ଏବଂ ମୋହନଙ୍କର ଏକ ୧୬ ବର୍ଷୀୟ ଝିଅ ଥିବା ଜଣାପଡିଛି।
Powered by Froala Editor