ରାଜଧାନୀରେ ଲୁଟେରାଙ୍କ ଉତ୍ପାତ: ଗୋଟିଏ ରାତିରେ ୫ଟି ଫ୍ଲାଟରୁ ଚୋରି
ଭୁବନେଶ୍ୱର : ରାଜଧାନୀରେ ଲୁଟେରାଙ୍କ ଉତ୍ପାତ ଜାରି ରହିଛି। ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ। ଭୁବନେଶ୍ୱର ଗାଡକଣ ସ୍ଥିତ ଏକ ଆପାର୍ଟମେଣ୍ଟରୁ ସିରିଜ ଲୁଟ୍ ହୋଇଥିବା ନେଇ ମଙ୍ଗଳବାର ଜଣାପଡିଛି। ଗୋଟିଏ ରାତିରେ ୫ଟି ଫ୍ଲାଟରୁ ଚୋରି ହୋଇଛି। ଆଲମିରା ଲକର ଭାଙ୍ଗି ସୁନାଗହଣା,ଟଙ୍କା ଚୋରି ହୋଇଛି। ସିରିଜ ଚୋରି ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor