ଜମିବାଡି ବିବାଦ: ଏସିଡ୍ ମାଡରେ ବାପାପୁଅ ଗୁରୁତର
କୃଷ୍ଣପ୍ରସାଦ : ବାପାପୁଅଙ୍କୁ ଏସିଡ୍ ମାଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଥିରେ ଉଭୟ ବାପାପୁଅ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ ଘଟିଛି। ଗୁରୁତର ବାପା ପୁଅଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ବିଲରେ କାମ କରୁଥିବା ବେଳେ ଜଣେ ବ୍ୟକ୍ତି ଏସିଡ ମାଡ କରିଛି। ଜମି ବାଡି ବିବାଦରୁ ଏସିଡ୍ ମାଡ ହୋଇଥିବା ନେଇ ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor